ପୁରୀ(ଏଟିଆର ବ୍ୟୁରୋ):ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ୱାବର ରୂପରେଖ ପ୍ରକାଶ ପାଇଛି । ୨୦୧୯ ଅକ୍ଟୋବର ୧୯ ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା । ଜୁନ ୧ ତାରିଖରୁ ଆରମ୍ଭ ହେବ ଏହି ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଚୂଡାନ୍ତ ହୋଇଛି । ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ ୮୭ ପ୍ରତିଶତ ଜମି ଅଧିଗ୍ରହଣ ସରିଥିବା ବେଳେ ଏ ବାବଦକୁ ୨୮୯.୩୪ କୋଟି ଟଙ୍କାର କ୍ଷତିପୁରଣ ଦିଆ ସରିଛି ବୋଲି ଶ୍ରୀ କୁମାର କହିଛନ୍ତି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୫୫ ମିଟରରୁ ୭୫ ମିଟର ଭିତରେ ଯାତାୟାତ ପାଇଁ ଗୋଲେଇ ରାସ୍ତା ରହିବ। ସେବାୟତଙ୍କ ପାଇଁ ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଟି ଶୌଚାଳୟ ରହିବ। ପିଇବା ପାଣି ସାଙ୍ଗକୁ ସୂଚନା ଓ ଦାନ କେନ୍ଦ୍ର କରାଯିବ।
ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦୁଆରକୁ ୯ ଭାଗରେ ବିଭକ୍ତ କରାଯାଇଛି। କୀର୍ତ୍ତନ, ଜରୁରୀ କାଳୀନ ସେବା ପାଇଁ ସୁବିଧା ରହିବ । ୫୫ରୁ ୭୫ ମିଟର ମଧ୍ୟରେ ରହୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ । ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ , ଏମାର ମଠ ସ୍ଥାନରେ ୪ ଟି ବ୍ୟବସ୍ଥା
ରହିବ ।
ଆଜିର ପରିଚାଳନା କମିଟି ବୈଠକ ପରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେବାକୁ ଯାଉଛି। ଏହା ଭିତରେ ଜମି ଅଧିଗ୍ରହଣ ବାବଦକୁ ୧୧୫ ପରିବାର, ୫୧୨ ଦୋକାନ ଓ ୨୪ଟି ଲଜ୍କୁ ୨୩୪.୧୮ କୋଟି ଟଙ୍କା ।