ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡରେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସନ୍ନି ଲିଓନଙ୍କୁ ନେଇ ଗୁଜୁରାତର ପଟିଦାର ନେତା ହାର୍ଦ୍ଦିକ ପଟେଲ ଏଭଳି ବୟାନ ଦେଇଛନ୍ତି । ଯେଉଁଥି ପାଇଁ ଚାରିଆଡେ ଚର୍ଚ୍ଚା ଯୋର ଧରିଛି । ସେ ସନ୍ନି ଲିଓନଙ୍କୁ ବଲିଉଡର ଦିଗଜ୍ ଅଭତନେତ୍ରୀଙ୍କ ସହିତ ତୁଳନା କରିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପଟେଲଙ୍କ କହିବାର ଥିଲା କି ସନ୍ନି ଲିଓନଙ୍କୁ ନେଇ ଆମର ଏବଂ ଫିଲ୍ମ ଦର୍ଶକ ମାନଙ୍କର ଚିନ୍ତାଧାରା ବଦଳିବା ଉଚିତ୍ । ସେ କହିଥିଲେ କି ଜଣେ ପର୍ଣ୍ଣଷ୍ଟାରରୁ ବଲିଉଡ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନଙ୍କୁ ପରଦାରେ ଏଭଳି ନଜରରେ ଦେଖିବା ଉଚିତ୍, ଯେଉଁ ନଜରରେ ଆମେ ନର୍ଗିସ, ଶ୍ରୀଦେବୀ ଏବଂ ମାଧୁରୀ ଦିକ୍ଷିତ୍ଙ୍କୁ ଦେଖି ଆସୁଛେ ।
ଯେତେବେଳେ ହାର୍ଦ୍ଦିକଙ୍କ ଏହି ବୟାନ ଉପରେ ମିଡିଆ ପ୍ରଶ୍ନ କରିଥିଲେ ସେତେବେଳେ ସେ ଉତ୍ତର ଦେଇଥିଲେ ଯେ, ‘ ଆମେ ସନ୍ନି ଲିଓନଙ୍କ ଫିଲ୍ମ ପରଦାରେ ଖରାପ ନଜରରେ କାହାଁକି ଦେଖୁଛେ? ତାଙ୍କୁ ବଲିଉଡରେ ଅନ୍ୟ ଅଭିନେତ୍ରୀଙ୍କ ଭଳି ଦେଖିବାରେ ଅସୁବିଧା କେଉଁଠି । ଯଦି ଆମେ ଆଜି ବି ସନ୍ନିଙ୍କ ପୁରୁଣା ଫଟୋକୁ ନେଇ ତାଙ୍କୁ ଦେଖିବା ତେବେ ଦେଶରେ କଦାପି ପରିବର୍ତ୍ତନ ଆସିବ ନାହିଁ । ତାଙ୍କୁ ବି ଅନ୍ୟ ଅଭିନେତ୍ରୀଙ୍କ ଭଳି ସମ୍ମାନ ମିଳିବା ଉଚିତ୍’ ।
ସୂଚନାଅନୁଯାୟୀ, ସନ୍ନି ଲିଓନ ବଲିଉଡରେ ପାଦ ରଖିବା ପୂର୍ବରୁ ସେ ଏକ ପର୍ଣ୍ଣଷ୍ଟାର ଭାବେ ବେଶ ଜଣା ଶୁଣା । ସେ ପ୍ରଥମେ ଟିଭି ଚ୍ୟାନେଲରେ ୨୦୧୧ରେ ‘ବିଗବସ-୫’ ରେ ନଜର ଆସିଥିଲେ । ଏହାପରେ ସେ ଧୀରେ ଧୀରେ ହିନ୍ଦି ଫିଲ୍ମମରେ ପାଦ ରଖିଥିଲେ । ଏବଂ ଏକ ଭଲ ଡ୍ୟାନ୍ସର ଏବଂ ହୋଷ୍ଟ ଦ୍ୱାରା ସନ୍ନିଙ୍କ ଜୀବନ ସଫଳ ହୋଇଥିଲା ।
ସନ୍ନି ଖୁବ୍ ଶୀଘ୍ର ତାଙ୍କର ଅପକମିଂ ବାୟୋପିକ ଫିଲ୍ମ ‘କରଣଜିତ କୌର-ଦି ଅନଟୋଲ୍ଡ ଷ୍ଟୋରୀ ଅଫ ସନ୍ନି ଲିଓନ’ରେ ନଜର ଆସିବେ । ସେ ବର୍ତ୍ତମାନ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।