କୋଣାର୍କ(ଏଟିଆର ବ୍ୟୁରୋ):ଆରମ୍ଭ ହେବ ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ପରମ୍ପରା ଅନୁସାରେ ଚନ୍ଦ୍ରଭାଗା ବୁଡ ପରେ ଖଣ୍ଡଗିରି କୁମ୍ଭ ମେଳାରେ ଧ୍ୱନୀ ପ୍ରଜ୍ୱଳିତ ହୋଇଥାଏ । କରୋନା କଟକଣା କାରଣରୁ ଜିଲ୍ଲା ପ୍ରଶାସନ ଦ୍ୱାରା କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଲାଗୁ କରାଯାଇଛି ।
କଟକଣା ମଧ୍ୟରେ ନିର୍ଦ୍ଧାରିତ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିନୀତି କରାଯାଇଛି । ଅଯୋଧ୍ୟା. କାଶି, ବୃନ୍ଦାବନ , ହରିଦ୍ୱାର , ଓ ମଥୁରାରୁ ଶହେରୁ ଅଧିକ ନାଗା ସାଧୁ ଖଣ୍ଡଗିରି ମେଳା ପାଇଁ ଆସିଛନ୍ତି । ପ୍ରତ୍ୟେକ ବର୍ଷ ଜଗତ କଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଶହ ଶହ ସାଧୁସନ୍ଥମାନେ ଏଠାରେ ଆସି ଏକାଠି ହୁଅନ୍ତି ।
ତିନି ଠାକୁର ତ୍ରିବେଣୀଶ୍ୱର , ଐଶାନେଶ୍ୱରଙ୍କୁ ବିନା ସାଜସଜ୍ୱାରେ ମେଳା ପଡିଆକୁ ଅଣାଯିବା ପରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତ ଓ ପୋଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ଯୋଗ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଯେଉଁମାନଙ୍କୁ ଅନୁମତି ମିଳିଥିଲା ସେମାନେ ହିଁ କେବଳ ବୁଡ ପକାଇଛନ୍ତି ।
ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ଫେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ୟ୍ୟନ୍ତ ୯ ଦିନ ଧରି ଚାଲିବ ।