ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସର୍ବଦା ଘରେ ସୁଖ ଶାନ୍ତି ପାଇଁ ଆପଣମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥିବେ । ସେଥିମଧ୍ୟରୁ କିଛି ଉପାୟ ପାଚୀନ କାଳରୁ ପରିଚାଳିତ ହୋଇ ଆସୁଛି । ଆଜି ଆମେ ମଧ୍ୟ ଆପଣଙ୍କୁ ସେହି ପୁରାତନ କାଳର କିଛି ଉପାୟ କହିବାକୁ ଯାଉଛୁ । ଯାହାକୁ ଆପଣାଇଲା ପରେ ଘରେ ସୁଖ ସମୃଦ୍ଧି ବଳବତ୍ତର ହୋଇ ରହିଥାଏ ।
ଯଦି ଘରେ ବାରମ୍ବାର ଆର୍ଥିକ ସମସ୍ୟା ଦେଖାଦେଉଛି ତେବେ ସଂନ୍ଧ୍ୟାରେ ଘରେ କର୍ପୁର କିମ୍ବା ଲବଙ୍ଗ ଆଳତୀ କରନ୍ତୁ । ଏଭଳି କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଆପଣ ସପ୍ତାହରେ ଥରେ ଘରେ ମହମ ଧୋନି କରିବେ ତେବେ ଏହାଦ୍ୱାରା ଘରେ କଳହ ଦୋଷ ଦୂର ହୋଇଥାଏ ।
ଯଦି ଆପଣ ସପ୍ତାହରେ ଥରେ ଘରେ ଲିମ୍ବ ପତ୍ର ଜଳାଇ ଧୂଆଁ ଦେବେ, ତେବେ ଏହାଦ୍ୱାରା ଘରେ ଜୀବାଣୁ ମରିଯିବେ । ଏବଂ କୌଣସି ରୋଗର ଭୟ ଆପଣଙ୍କୁ ନଥିବ ।