ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବହୁତ ହେଇଗଲା ଅପେକ୍ଷା , ଆଉ ଦଳର ଅଣଦେଖାକୁ ସହିଲେନି ଶିବପାଲ । ଏଥର ନିଜେ ଗଢିଲେ ଏକ ରାଜନୌତିକ ଦଳ । ଆମେ କହୁଛୁ ଉତ୍ତର ପ୍ରଦେଶର ଯାଦବ ପରିବାରର କଥା । ସମାଜବାଦୀ ପାର୍ଟିର ବିରୋଧୀ ନେତା ଶିବପାଲ ଯାଦବ ଗଢିଲେ ନୁଆ ଦଳ । ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବ ଙ୍କ ଭାଇ ଶିବପାଲ ଯାଦବ ଆଜି ଆଉ ଏକ ନୂଆ ଦଳ ଗଢିଛନ୍ତି । ଯାହାର ନାମ ସମାଜବାଦୀ ସେକ୍ୟୁଲାର ମୋର୍ଚ୍ଚା (ଏସଏସଏସ) ରଖିଛନ୍ତି । ସେ ନିଜ ପ୍ରତିକ୍ରିୟା ରେ ସମାଜବାଦୀ ପାର୍ଟିକୁ ବିରୋଧ କରି କହିଛନ୍ତି ଯେ ‘ ମୁ ଦୀର୍ଘ ଦିନ ହେବ ଅପେକ୍ଷା କଲି କିନ୍ତୁ ମୁଲାୟମ ସିଂ ଯାଦବ ମୋତେ ଅଣ ଦେଖା କରିଛନ୍ତି । ଏପରିକି ନିଜ ପୁତୁରା ଅଖିଳେଶ ଯାଦବ ମଧ୍ୟ ମୋତେ ଅଣଦେଖା କଲେ । ମୋତେ ଦଳର କୌଣସି ଦାୟୀତ୍ୱ ଦେଲେ ନାହିଁ । ମୋତେ ବହୁତ ଅଣଦେଖା କରାଯାଇଛି । ତେବେ ସେଥିପାଇଁ ମୁ ଏଭଳି ଏକ ଦଳ ଗଢିଲି ’ ।
ତେବେ ସେ ଏକ ନୁଆ ଦଳ ତିଆରି କରି ସାମାଜବାଦୀ ପାର୍ଟିକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଥିବା ଚର୍ଚ୍ଚା ହେଉଛି । ସେ ଅନ୍ୟ ଛୋଟ ଛୋଟ ଦଳକୁ ନିଜ ଦଳରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାସହ ଯେଉଁ ମାନେ ସମାଜବାଦୀ ପାର୍ଟିରେ ରହି ସମ୍ମାନ ପାଇନାହାନ୍ତି ସେମାନେ ସମାଜବାଦୀ ସେକ୍ୟୁଲାର ମୋର୍ଚ୍ଚା ଦଳରେ ଯୋଗଦାନ ଦେଇପାରିବେ ବୋଲି କହିଛନ୍ତି । ସେ ନିଜ ଭାଇ ମୁଲାୟମଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ତାଙ୍କୁ ସେମାନେ ସମ୍ମାନ ନ ଦେଲେ ସେ ସେମାନଙ୍କୁ ସମ୍ମାନ ନ ଦେବା ଉଚିତ ବୋଲି କହିଛନ୍ତି ଶିବପାଲ ଯାଦବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024