ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଦୀପିକା ଏବଂ ରଣବୀର ସିଂ ଦୁହେଁ ଚଳିତ ବର୍ଷ ନଭେମ୍ବରରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ଏହା ବ୍ୟତୀତ ଦୀପିକା ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ରହୁଛନ୍ତି । ସେ ହେଉଛି ତାଙ୍କ ଫି ।
ଦୀପିକା ତାଙ୍କ ପ୍ରଥମ ଫିଲ୍ମରୁ ପ୍ରମାଣ କରି ଦେଇଥିଲେ କି ସେ କେତେ ପରିଶ୍ରମୀ ଏବଂ ଟ୍ୟାଲେଣ୍ଟେଡ । ଏବଂ ତାଙ୍କ ଫିଲ୍ମ ପଦ୍ମାବତୀ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା । ୨୦୧୮ରେ ଏହି ଫିଲ୍ମ ସବୁଠାରୁ ଅଧିକ ଟଙ୍କା ଆୟ କରିଥିଲା । ଏହି ଫିଲ୍ମରେ ଦୀପିକାଙ୍କ ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।
ଏକ ମିଡିଆ ରିପୋର୍ଟ ଅନୁସାରେ, ଦୀପିକା ତାଙ୍କର ବ୍ଲକବଷ୍ଟର ଫିଲ୍ମ ପରେ ଅନେକ ଫିଲ୍ମକୁ ହାତଛଡା କରୁଛନ୍ତି । ଏହାର କାରଣ ହେଉଛି ଯେତେବେଳେ ତାଙ୍କୁ ତାଙ୍କର ମନପସନ୍ଦର ଦରମା ମିଳିବ ସେଳେବେଳେ ସେ ଫିଲ୍ମ କରିବେ
।
ଦୀପିକାଙ୍କ କହିବାନୁଯାୟୀ ତାଙ୍କୁ ସଲମାନ ଏବଂ ଶାହରୁଖଙ୍କ ଭଳି ଦରମା ମିଳୁ । ବର୍ତ୍ତମାନ ଦୀପିକା ଙ୍କ ନାଁ ନଂ-୧ ହିରୋଇନଙ୍କ ତାଲିକାରେ ଅଛି । ଏବଂ ସେ ତାଙ୍କର ଦରମା ତିନି ଗୁଣା ବଢାଇ ଦେଇଛନ୍ତି, ଏହାସହିତ ସେ ବଡ ନିର୍ଦ୍ଦେଶକଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି ।