ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତରେ ପ୍ରଥମେ କରୋନା ଟିକା ଆବଶ୍ୟକ ହେବାପରେ ଅନ୍ୟ ଦେଶକୁ ପଠାଯିବ ବୋଲି କହିଛନ୍ତି ‘ସିରମ୍ ଇନଶ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୁନାୱାଲା ।ଭାରତରେ ପ୍ରଥମେ ପ୍ରାଥମିକ ପୁରଣ ହେବା ପରେ ଅନ୍ୟ ଦେଶଗୁଡିକୁ ମଧ୍ୟ ଟିକା ପଠାଯିବ ।କିନ୍ତୁ ଏବେ ଟିକେ ଧୈର୍ଯ୍ୟ ରଖନ୍ତୁ ବୋଲି ସେ ଟ୍ୱିଟୁ କରି କହିଛନ୍ତି ।
ପ୍ରତିମାସରେ ସିରମ ସାତରୁ ଆଠ କୋଟି କରୋନା ଟିକା ଡୋଜ ତିଆରି କରୁଛି। ଭାରତ ଏବଂ ଅନ୍ୟ ଦେଶକୁ ଏହା ପଠାଇବା ପାଇଁ ଯୋଜନା ମଧ୍ୟ ହେଉଛି। ସମସ୍ତଙ୍କ ଡିମାଣ୍ଡ ପୂରଣ କରିବାକୁ ଚେଷ୍ଟା ଜାରି ରହିଛି, କିନ୍ତୁ ଆମ ଦେଶର ଜନସଂଖ୍ୟା ଏବଂ ଦେଶ ପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଜାତିସଂଘ ଶାନ୍ତିରକ୍ଷାକାରୀଙ୍କ ଲାଗି ବୁଧବାର ଦିନ ଭାରତ ୨ ଲକ୍ଷ ଡୋଜ୍ କୋଭିଡ୍-୧୯ ଟିକା ଉପହାର ପଠାଇବାକୁ ଭାରତ ଘୋଷଣା କରିଛି। ସେହିଭଳି, ପୂର୍ବରୁ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟ ବ୍ରାଜିଲ୍, ମେକ୍ସିକୋ, କାନାଡା ଭଳି ଦେଶକୁ ଟିକା ପଠାଇଛି।