ଭୁୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ସ୍ୟାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି । ଏହାର ମୂଳରେ ରହିଛି ପ୍ଲାଜ୍ମା ଥେରାପି । ପ୍ଲାଜ୍ମା ଥେରାପି ଆସିବା ପରେ ଅନେକ ସ୍ଥାନରେ ସୁସ୍ଥ ହୋଇଛନ୍ତି କୋରୋନା ରୋଗୀ । ଓଡିଶାରେ ମଧ୍ୟ ପ୍ଲାଜ୍ମା ଥେରାପିର ଭଲ ପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନେଇ ରାଜ୍ୟରେ ଥିବା ପ୍ରମୁଖ କୋଭିଡ କେୟାର ଗୁଡିକରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରୁଛନ୍ତି । ପୂର୍ବରୁ କଟକର ଏସିସିବି, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର ଆଇଜିଏଚ୍ ଠାରେ ତିନୋଟି ପ୍ଲାଜ୍ମା ବ୍ୟଙ୍କର କାର୍ଯ୍ୟକ୍ରମ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ ୫ ତାରିଖରେ ବ୍ରହ୍ମପୁର ଏମକେସିଜେ ମେଡିକାଲ କଲେଜ ଓ ବୁର୍ଲାର ଭିମ୍ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି । ଭିଡିଓ କନ୍ଫେ ରେନ୍ସି ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୫ଟି ପ୍ଲାଜ୍ମା କେନ୍ଦ୍ର ପ୍ରତିଷ୍ଠା ହେଲାଣି । ଏହାଦ୍ୱାରା ରାଜ୍ୟର ସମସ୍ତ ଅଞ୍ଚଳର ଲୋକମାନେ ପ୍ଲାଜ୍ମା ଦାନ କରି ପାରିବେ ଓ ଚିକିତ୍ସା ହେବାର ସୁବିଧା ପାଇ ପାରିବେ । କୋଭିଡ ଯୁଦ୍ଧର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନର ସୁରକ୍ଷା । ଏହି କ୍ଷେତ୍ରରେ ପ୍ଲାଜ୍ମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ପ୍ଲାଜ୍ମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରି କହିଥିଲେ ଯେ ରାଜ୍ୟରେ ପ୍ଲାଜ୍ମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି । ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ୍ ରୋଗୀଙ୍କୁ ପ୍ଲାଜ୍ମା ଥେରାପିରେ ଚିକିତ୍ସା କରାଯାଉଛି । ପ୍ଲାଜ୍ମା ଥେରାପିରେ ଦ୍ରୁତ ଉନ୍ନତି ଆସୁଛି ତେଣୁ କୋଭିଡ-୧୯ରୁ ଭଲ ହୋଇଥିବା କୋରୋନା ଯୋଦ୍ଧାଙ୍କୁ ନିଜର ପ୍ଲାଜ୍ମା ଦାନ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024