ଭୁବନେଶ୍ୱର(ଏଟିଆର ବ୍ୟୁରୋ):୨୦୨୧-୨୨ ବର୍ଷ ପାଇଁ ଆଜି ରାଜ୍ୟରେ ବସିବ ବଜେଟ । ବିଧାନସଭାରେ ପେପର୍ ଲେସ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୧ ଲକ୍ଷ ୭୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ହେବ । ଯାହା ଗତ ବର୍ଷଠାରୁ ୧୩ ପ୍ରତିଶତ ଅଧିକ ।
ରାଜ୍ୟରେ କରୋନା ସ୍ଥିତି ରହିଥିବା ହେତୁ ଚଳିତ ବର୍ଷ ବଜେଟ ପରିମାଣ ବଢିଛି । ଏହା ବ୍ୟତୀତ ଶିକ୍ଷା , ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମିକୁ ଦୃଷ୍ଟି ଦେବା ପାଇଁ ସମ୍ଭାବନା ରହିଛି । ରାଜ୍ୟର ଅଥ୍ରନୀତିର ଚିତ୍ର ସାମ୍ନାକୁ ଆସିବା ପରେ ଏହାକୁ ସରକାର କିପରି ଭାବେ ଟ୍ରାକକୁ ଆଣିବେ , ଓ କେଉଁ ପଦକ୍ଷେପ ନେବେ ଏବଂ ପ୍ୟାକେଜ ଘୋଷଣା କରିବେ କି ନାହିଁ ସେ ନେଇ ସମସ୍ତଙ୍କ ଦୃଷ୍ଟି ରହିଛି ।
ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଶହୋ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନିଆଯାଉଛି ତାହା ଆଜି ସ୍ୱଷ୍ଟ ହେବ । କରୋନାର ପରବର୍ତ୍ତୀ ବଜେଟରେ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଉଛନ୍ତି ଓ କେଉଁ କ୍ଷେତ୍ର ପାଇଁ କିଭଳି ଭାବେ ବେୟବରାଦ କରୁଛନ୍ତି , ଏହା ଉପରେ ସାଧାରଣ ଲୋକମାନେ ନଜର ରଖିଛନ୍ତି ।