ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ତାପମାତ୍ର ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ବଢିବ ବୋଲି ଅନୁମାନ କରାଯାଉଛି । ଗି ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଆଗକୁ ଖରାର ତାପମାତ୍ରା ବଢିପାରେ ।ସେହିଭଳି ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ । ସୋମବାର , ମଙ୍ଗଳବାର ଦିନ ମୟୁରଭଞ୍ଜ , ଅନୁଗୁଳ,ମାଲକାନଗିରି , ସୁନ୍ଦରଗଡ , ଓ ଢେଙ୍କାନାଳ ଜିଲ୍ଲାରେ ସାମାନ୍ୟ ରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।