ଭୁବନେଶ୍ୱର(ଏଟିଆର ବ୍ୟୁରୋ) ; ଓଡିଶା ହେବ ଦିଲ୍ଲୀ । କିରଣ ବେଦି ହେବେ ଅପରାଜିତା ଷଢ଼ଙ୍ଗୀ । ୨୦୧୯ ନିର୍ବାଚନ ନେବ ନିର୍ଣ୍ଣାୟକ ମୋଡ । ପ୍ରସଙ୍ଗ ହେବ ଦୁର୍ନୀତି, ଭ୍ରଷ୍ଟାଚାର ଓ ବିକାଶ । ଓଡିଶାରୁ ହିଁ ବିଜେପି ଫୁଙ୍କିବ ପୂର୍ବ ଭାରତର ବିକାଶର ଶଙ୍ଖ ।
(ବିଜିଏମ୍)
() ବିକାଶ.. ବିକାଶ.. ବିକାଶ.. । କଣ କରିଛି କେନ୍ଦ୍ର । କଣ କରିଛି ବିଜେପି ଆଉ କରଣ କରିଛି ଓଡିଶାର ବିଜେଡି ସରକାର । ଗୋଟି ଗୋଟି କରି ହିସାବ ନିକାଶ ହେବ ୨୦୧୯ ନିର୍ବାଚନରେ । ପୁରା ଦେଶର ୮୦ ପ୍ରତିଶତ ଅଂଶକୁ ଗେରୁଆ ରଂଗରେ ରଗୀନ କରିଥିବା ଭାରତୀୟ ଜନତା ପାର୍ଟିର ଏବେ ଟାର୍ଗେଟରେ ଓଡିଶା । ଭାରତୀୟ ରାଜନୀତିରେ ଓଡିଶାର ଆଂଚଳିକ ଦଳ ବିଜୁ ଜନତା ଦଳର ଛବି କଲରଫୁଲ ଥିବା ବେଳେ ଏହାକୁ ମଳିନ କରିବାରେ ସମର୍ଥ ହୋଇନି ବିଜେପି । ଯାହାର ପ୍ରଭାବ ଦେଖିବାକୁ ମିଳିଥିଲା ବିଜେପୁର ଉପ ନିର୍ବାଚନରେ ।
(ବିଜିଏମ୍)
() ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତି ବି ଦଳକୁ ବିଜୟର ସ୍ୱାଦ ଚଖାଇ ପାରି ନଥିଲା । ଫଳରେ ଓଡିଶାରେ ବିଜେପିର ପୋଷ୍ଟର ବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହେବାକୁ ପଡିଥିଲା ଅପଦସ୍ଥ । ହେଲେ ଏବେ ଆଉ ସେମିତି କିଛି ହେବନି । କାରଣ ଦିଲ୍ଲୀ ନିର୍ବାଚନରେ ଅବସରପ୍ରାପ୍ତ ଲୋକପ୍ରିୟ ଆଇପିଏସ କିରଣ ବେଦିଙ୍କୁ ଯେଭଳି ଆମ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରୋଜେକ୍ଟ କରାଗଲା, ଠିକ ସେମିତି କିଛି ହେବାକୁ ଯାଉଛି ଓଡିଶାରେ । ପୂର୍ବତନ ପ୍ରଶାସିକା ତଥା ଘରେ ଘରେ ପରିଚିତା ଅପରାଜିତା ଷଢ଼ଙ୍ଗୀଙ୍କୁ ଓଡିଶାରେ ପ୍ରୋଜେକ୍ଟ କରିବ ଦଳ । ତେବେ ଦିଲ୍ଲୀରେ କିରଣ ବେଦି ସଫଳ ହୋଇ ନଥିବା ବେଳେ ଓଡିଶାରେ କିନ୍ତୁ ଦଳ ବିଜୟୀ ହେବ ବୋଲି ବେଶ ଆଶାବାଦୀ ।
(ବିଜିଏମ୍)
() ବିଏମସି କମିଶନର , ଗଣଶିକ୍ଷା ବିଭାଗ ସଚିବ ଓ ପଂଚାୟତିରାଜ ବିଭାଗର ସଚିବ ଭାବେ ପୂର୍ବତନ ପ୍ରଶାସିକା ଅପରାଜିତା ଷଢ଼ଙ୍ଗୀ ସମସ୍ତଙ୍କ ପାଇଁ ଜଣାଶୁଣା ଆଉ ପରିଚିତ ନାଁଟିଏ । କୁହାଯାଉଛି ବିଜେଡିକୁ ଜଣେ ଆଇଏଏସ ଅଧିକାରୀ ଚଳାଉଛନ୍ତି ତେଣୁ ତାଙ୍କୁ ମାତ ଦେଇ ରାଜ୍ୟରେ ବିଜେପିର ହାତମୁଠା ଟାଣ କରିବେ ଅପରାଜିତା । ପ୍ରଶାସିକା ଭାବେ ତାଙ୍କର ବ୍ୟବସ୍ଥାକୁ ନେଇ ଥିବା ଜ୍ଞାନ ଆଉ ଅଭିଜ୍ଞତା ହିଁ ୧୯ ବିଜୟର ଟୀକା ପିନ୍ଧାଇବ ଦଳକୁ ।
(ବିଜିଏମ୍)
() ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟରେ ଉପନିର୍ବାଚନ ବି ଜିତିପାରିନି ଦଳ । ତେଣୁ ତାଙ୍କୁ ନେଇ ରିସ୍କ ନେବାକୁ ହୁଏତ ଚାହୁଁ ନଥିବେ କେନ୍ଦ୍ରୀୟ ନେତୃତ୍ୱ । ତେବେ ଏମିତି ସ୍ଥିତିରେ ଦଳ ପାଇଁ ବଳ ସାଜିବେ ଅପରାଜିତା । ଏଇମାତ୍ର ଦଳରେ ଯୋଗ ଦେଇଥିବା ଅପରାଜିତା ଷଢ଼ଙ୍ଗୀ ଏବେ ଯାଏ ନିଜର ରଣନୀତି ପ୍ରକାଶ କରି ନାହାଁନ୍ତି କିନ୍ତୁ ଦିଲ୍ଲୀ ଭଳି ଓଡିଶା ନିର୍ବାଚନରେ ଯେ ଏକ ବଡ ମୁକାବିଲା ହେବାକୁ ଯାଉଛି ତାହାକୁ ଅସ୍ୱୀକାର କରାଯାଇ ନପାରେ ।
ବ୍ୟୁରୋ ରିପୋର୍ଟ, ଏଟିଆର ନ୍ୟୁଜ
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024