ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଶୀତର ପ୍ରକୋପ କମ ରହିଛି । କିନ୍ତୁ ବଢୁଛି କୁହୁଡି । ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ରାସ୍ତାଘାଟ କିଛି ଦୃଶ୍ୟମାନ ହେଉନି । ଯାହାଦ୍ୱାରା ରାସ୍ତାରେ ଯାତାୟତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ୧୧ ଟା ଯାଏଁ କୁହୁଡି ଲାଗି ରହୁଛି । ଘନ କୁହୁଡି ପାଇଁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡି ଅନୁଭୂତ ହେବ ।
ରାଜ୍ୟରେ ଅନେକ ସ୍ଥାନରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇପାରେ । ଯାହାଦ୍ୱାରା ଏବେ ବଢିବନି ଶୀତ । ବର୍ତ୍ତମାନ ପାଗ ଯେଉଁଭଳି ଅଛି ପ୍ରାୟତଃ ସେମିତି ରହିବ ।