ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ର, ପଞ୍ଜାବ, କେରଳ ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ଏନେଇ ସେ ନିଷ୍ପତି ନେଇଛନ୍ତି କି, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶ ର ଯାତ୍ରୀଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ କରୋନାର ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଏହି ନିୟମ ଆଗାମୀ ଫେବୃଆରୀ ୨୬ ରୁ ମାର୍ଚ୍ଚ ୧୫ ଯାଏଁ ଲାଗୁ ହେବ ।
ସେହିପରି କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଦ୍ୱାରା ଲୋକନାୟକ ହସ୍ପିଟାଲରେ ଆଉ ଏକ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ କରାଯିବ । ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡ.ସୁରେଶ କୁମାରଙ୍କ ମୁତାବକ, ପଞ୍ଜାବ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଦେଖାଦେଇଥିବା ଷ୍ଟ୍ରେନର ଯଦି କୌଣସି ମାମଲା ଆସେ ତେବେ ସେହି ରୋଗୀଙ୍କୁ ୟୁକେ ଷ୍ଟ୍ରେନ୍ ରୋଗୀଙ୍କ ପାଇଁ ତିଆରି କରାଯାଇଥିବା ସ୍ୱତନ୍ତ୍ର ୱାର୍ଡ ରଖାଯିବ । ଏହାସହିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ ଏକ ୱାର୍ଡ କରିବାର ଯୋଜନା ରହିଛି ।
ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦିଲ୍ଲୀରେ ଏପର୍ଯ୍ୟନ୍ତ ନୂତନ ଷ୍ଟ୍ରେନର କୌଣସି ମାମଲଶ ସାମ୍ନାକୁ ଆସିନାହିଁ । କିନ୍ତୁ ପୂର୍ବରୁ ପ୍ରସ୍ତୁତି କରାଯାଉଛି ।