ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ତାଙ୍କ ଅପକମିଂ ଫିଲ୍ମ ‘ରୁହି’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ଜାହ୍ୱବୀଙ୍କ ବିପରିତରେ ନଜର ଆସିବେ ରାଜକୁମାର ରାଓ ଏବଂ ବରୁଣ ଶର୍ମା । ନିକଟରେ ଫିଲ୍ମର ପ୍ରଥମ ଗୀତ ‘ପନଘଟ୍’ ରିଲିଜ୍ ହୋଇଥିଲା । ଯାହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ । ସେହିପରି ଏବେ ପୁଣି ଏହି ଫିଲ୍ମର ଦ୍ୱିତୀୟ ଗୀତ ‘କିସ୍ତୋଂ’ ରିଲିଜ୍ ହୋଇଯାଇଛି ।
ଏହି ଗୀତର ଏକ ଛୋଟିଆ ମୋସନ ଭିଡିଓ ଜାହ୍ୱବୀ ତାଙ୍କ ଇଂଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯେଉଁଥିରେ ରାଜକୁମାର ରାଓ ତାଙ୍କ କଣ୍ଠରେ ଏକ ସାୟରୀ କହୁଛନ୍ତି । ଏହି ଭିଡିଓରେ ଜାହ୍ୱବୀ ଚଉକି ଉପରେ ବସିଛନ୍ତି ଏବଂ ତାଙ୍କର ଦୁଇ ହାତ ବନ୍ଧା ହୋଇଛି । ସେହିପରି ରାଜକୁମାର ରାଓ ଚଟଣାରେ ଆଣ୍ଠୁ ମାଡି ବସିଛନ୍ତି ଏବଂ ତାଙ୍କ ହାତରେ ଏକ କୋବି ଫୁଲ ଅଛି ।
ଗୀତଟି ରିଲିଜ୍ ହେବାର ଏକ ଘଣ୍ଟା ମଧ୍ୟରେ ଏକ ଲକ୍ଷରର ଅଧିକ ଲୋକ ଦେଖି ସାରିଲେଣି । ଏହାସହିତ ଗୀତଟିକୁ ୨୭ ହଜାରରୁ ଅଧିକ ଲୋକ ପସନ୍ଦ ମଧ୍ୟ କରିଛନ୍ତି ।