ଅଯୋଧ୍ୟା(ଏଟିଆର ବ୍ୟୁରୋ):ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି । ୪୪ ଦିନିଆ ପାଣ୍ଠି ସଂଗ୍ରହ ନିର୍ମାଣ କାର୍ଯ୍ୟ ନିମନ୍ତେ ୨୧୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ସଂଗ୍ରହ ହୋଇଛି । ତେବେ ମନ୍ଦିର ନିର୍ମାଣ ପାଇଁ ୧୧୦୦ଟଙ୍କା ଖର୍ଚ୍ଚ କରିବା ପାଇଁ ଆକଳନ କରାଯାଇଥିବା ବେଳେ ଆଶାଠାରୁ ଅଧିକ ଟଙ୍କା ସଂଗ୍ରହ ହୋଇଛି ।
ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୭ ତାରିଖରେ ଶେଷ ହୋଇଛି । ମନ୍ଦିର ନିର୍ମାଣ ପାଇଁ ନଗଦ ଟଙ୍କା ବ୍ୟତୀତ , ସୁନା , ରୂପା ଆଦି ଅନ୍ୟାନ୍ୟ ଦାନ ମଧ୍ୟ ମିଳିଛି ।୩୦୦ ରୁ ୪୦୦କୋଟି ଟଙ୍କା ମନ୍ଦିର ନିର୍ମାଣ ପାଇଁ ବ୍ୟୟ ହେବ ବୋଲି ଡିସେମ୍ବର ମାସରେ ଗିରି ଆକଳନ କରିଥିଲେ । ସମଗ୍ର ରାମ ଜନ୍ମଭୂମି ପରିସର ନିର୍ମାଣ କାର୍ଯ୍ୟ ପାଇଁ ୧୧୦୦ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ବ୍ୟୟ ଅଟକଳ କରିଥିଲେ ।