ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଦେଶରୁ ଫେରୁଥିବା ଲୋକମାନଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ବୃଦ୍ଧି ପାଇବା କାରଣରୁ ଭୁବନେଶ୍ୱର ବିମାନବନ୍ଦରରେ ଏନେଇ ଏସଓପି ଜାରି କରାଯାଇଛି। ବିମାନ ବନ୍ଦରରେ ହେଲପ ଡେସ୍କ କରାଯାଇଛି ।
୫୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ କୋଭିଡ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ଯେଉଁମାନଙ୍କର ନେଗେଟିଭ ବାହାରିବ ସେମାନଙ୍କୁ ସାତଦିନ ପାଇଁ ହୋମକ୍ୱାରେନଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି ।ପ୍ରତ୍ୟେକ ଦିନ ୨୭ ଟି ବିମାନ ଭୁବନେଶ୍ୱରକୁ ଆସୁଥିବା ବେଳେ ୨୭ ଟି ବିମାନ ଭୁବନେଶ୍ୱରରୁ ଯାଇଛି ।