ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ମନ୍ତ୍ରାଳୟ ଦ୍ୱାରା ରେଲୱ ହେଲ୍ପଲାଇନ ନଂ ୧୩୮ ଏବଂ ସୁରକ୍ଷା ହେଲ୍ପଲାଇନ ନଂ ୧୮୨ କୁ ଏପ୍ରିଲ ପହିଲାରୁ ରେଲମେଡ ହେଲ୍ପଲାଇନ ୧୩୯ ରେ ଏକିକୃତ କରାଯିବ । ଏହି ନଂ ରେଳମନ୍ତ୍ରାଳୟ ଏଥିପାଇଁ ଜାରି କରିଛି କି, ଯାତ୍ରୀଙ୍କୁ ସମସ୍ତ ସୁବିଧା ମିଳି ପାରିବ । ଏବଂ ସେମାନଙ୍କର ସମସ୍ତ ସମସ୍ୟା ସମାଧାନ କରାଇପାରିବ ।
୧ ଏପ୍ରିଲ ୨୦୨୧ ରୁ ସୁରକ୍ଷା, ଚିକିତ୍ସା, ଦୁର୍ଘଟଣାର ସୂଚନା, ଟ୍ରେନର ଅଭଯୋଗ, ଷ୍ଟେସନ ଅଭିଯୋଗ, ସତର୍କତାର ସୂଚନା, ପାର୍ସଲ ଯାଞ୍ଚ, ସାମାନ୍ୟ ପଚରା ଉଚରା ଆଦି ବିଭିନ୍ନ ପ୍ରକାରର ପ୍ରଶ୍ନ ଏବଂ ସମସ୍ୟା ପାଇଁ ଯାତ୍ରୀ ୧୩୯ ଡାଏଲ କରିବେ ଏବଂ ସେମାନଙ୍କ ଅଭିଯୋଗ ଦାଖଲ କରିବେ ।