ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରିମିୟମ ସ୍ମାର୍ଟଫୋନ୍ କମ୍ପାନୀ ଇଂଫିନିକ୍ସ ପକ୍ଷରୁ ଶୁକ୍ରବାର ସବୁଠାରୁ ଶସ୍ତା ଏବଂ ବହୁପ୍ରତିକ୍ଷିତ ସ୍ମାର୍ଟଫୋନ୍ ‘ଇଂଫିନିକ୍ସ ଏସ୍-୫ ପ୍ରୋ’ ଲଞ୍ଚ କରାଯାଇଛି । ପପ୍-ଅପ୍ କ୍ୟାମେରା ସାଙ୍ଗକୁ ଏହି ସ୍ମାର୍ଟଫୋନ୍ ର ମୂଲ୍ୟ ୯୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ୍ ମାର୍ଚ୍ଚ ୧୩ ରେ ଫ୍ଲିପକାର୍ଟ ରେ ଉପଲବ୍ଧ ହେବ ।
ଇଂଫିନିକ୍ସ ଇଣ୍ଡିଆର ସିଇଓ ଅନୀଶ କପୁର କହିଛନ୍ତି କି, ‘ଏକ୍ସ-୫ ପ୍ରୋ ଲଞ୍ଚ ସହିତ ଇଂଫିନିକ୍ସ ପୁଣି ଏକ ପ୍ରତିଷ୍ଠିତ ବ୍ରାଣ୍ଡ ଭାବେ ପ୍ରମାଣିତ ହୋଇଛି’ ।
ଏହି ଡିଭାଇସ ରେ ୨୨୩ ଗୁଣା ୧୦୮୦ ପିକ୍ସଲ ରିଜ୍ୟୁଲେସନ ଯୁକ୍ତ ୬.୫୩ ଇଞ୍ଚର ଫୁଲ୍ ଡିସପ୍ଲେ ରହିଛଇ । ଏହାସହିତ ଏଥିରେ ୪ ଜିବି ର୍ୟାମ ଏବଂ ୬୪ ଜିବି ଇଂଟରନାଲ ଷ୍ଟୋରେଜ୍ ଦିଆଯାଇଛି, ଯାହା ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ଆହୁରି ବଢାଯାଇପାରେ । ଏହି ସ୍ମାର୍ଟଫୋନ୍ ମିଡିଆଟେକ ହେଲିୟୋ ପି-୩୫ ଅକ୍ଟା-କୋର ପ୍ରୋସେସର ଦ୍ୱାରା ସଂଚାଳିତ ।
ଏହି ସ୍ମାର୍ଟଫୋନ୍ ରେ ତ୍ରିପଲ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୪୮ ମେଗାପିକ୍ସଲ ଏଆଇ କ୍ୟାମେରା, ୨ ମେଗାପିକ୍ସଲର ଡେପ୍ଥ ସେଂସର ଏବଂ ରିୟର ଉପରେ କମ୍ ଲାଇଟ ଯୁକ୍ତ ସେଂସର କ୍ୟାମେରା ରହିଛି । ଏହାସହିତ ଫ୍ରଣ୍ଟରେ ୧୬ ମେଗାପିକ୍ସଲର ପପ୍-ଆଉଟ ସେଲ୍ଫି କ୍ୟାମେରା । ଏଥିରେ ୪ ହଜାର ଏମଏଏଚ ର ବ୍ୟାଟେରୀ ରହିଛି ।