ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ଦେଖିଥିବେ ଯେ କିଛି ଲୋକମାନଙ୍କର ଦାନ୍ତ କଳା ଏବଂ ହଳଦିଆ ଦେଖା ଯାଇଥାଏ । ଏହାର କାରଣ ହେଉଛି ପାନ, ଗୁଟଖା ଖାଇବା ଏବଂ ଠିକ୍ ଭାବାରେ ଦାନ୍ତ ସଫା ନକରିବା । ଯାହାଫଳରେ ଲୋକମାନଙ୍କ ସମ୍ନାରେ ଲଜିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି କଳା ଦାନ୍ତକୁ ଧଳା କରିବାର କିଛି ଉପାୟକୁ କହିବାକୁ ଯାଉଛୁ । ଯାହାକୁ ଆପଣାଇବା ପରେ ଆପଣଙ୍କ ଦାନ୍ତ ଚମକି ଉଙ୍ଖିବ ।
– ଦାନ୍ତକୁ ଚମକାଇବା ପାଇଁ ପ୍ରଥମେ ଦିନକୁ ଦୁଇଥର ଦାନ୍ତ ଏବଂ ଜିଭ ସଫା କରନ୍ତୁ ।
– ଖାଦ୍ୟ ଖାଇବା ପରେ ସବୁବେଳେ କୁଳି କରନ୍ତୁ । ଏବଂ ଅଙ୍ଗୁଳିରେ ଦାନ୍ତକୁ ସଫା କରନ୍ତୁ । ଏଭଳି କରିବା ଦ୍ୱାରା ଦାନ୍ତରେ ଲାଗିଥିବା ମଇଳା ବାହାରି ଯାଇଥାଏ ।
– ବ୍ରଶ କରିବା ପରେ ଦାନ୍ତରେ ବେକିଂ ପାଉଡର ଲଗାନ୍ତୁ । ଏଭଳି କରିବା ଦ୍ୱାରା ଗୁଟଖା ଦାଗ ଦାନ୍ତୁରୁ ଛାଡି ଯାଇଥାଏ ।
– ଯଦି ଆପଣ ପ୍ରତିଦିନ ଗୋଟେ ଲେଖାଏଁ ଗାଜର ଖାଇବେ ତାହାଦ୍ୱାରା ମଧ୍ୟ ଦାନ୍ତ ସଫା ହୋଇ ଯାଇଥାଏ ।