ବାଲେଶ୍ୱର(ଏଟିଆର ବ୍ୟୁରୋ):ବାଲେଶ୍ୱର ଜିଲ୍ଲାର ବସ୍ତା ଗିଲାଯୋଡି ଗାଁରେ ଏକ ଅଘଟଣ ଘଟିଛି । ଗ୍ରାମର ଜେନାସାହିରେ ପୂଜା ଭୋଗ ଖାଇ ୫୦ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି ।ଅସୁସ୍ଥ ଲୋକଙ୍କୁ ବାଲେଶ୍ୱର ,ପାଉଁଶକୁଲି ଓ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପିଲା ଏଥିୋର ରହିଥିବାର ଜଣାପଡିଛି ।
ସୂଚନାନୁସାରେ ଗ୍ରାମରେ ଭଗବତୀଙ୍କ ପୂଜା ହୋଇଥିବା ବେଳେ ୮୦୦ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଓ ଗାଁ ର ଆଖପାଖ ଲୋକ ମଧ୍ୟ ପ୍ରସାଦ ସେବନ କରିଥିଲେ । ଓ ପରେ କିଛି ଲୋକ ଝାଡା ଓ ବାନ୍ତି ହୋଇଥିଲେ । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଜଣାପଡିଛି ।