ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ୧ ରୁ ବିକ୍ରି ହେବାକୁ ଥିବା ସମସ୍ତ କାର୍ ର ଫ୍ରଣ୍ଟ ରେ ଦୁଇଟି ଏୟାରବ୍ୟାଗ ବାଧ୍ୟତାବୂଳକ କରିଛନ୍ତି କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରାଳୟ । ଅର୍ଥାତ ଏବେ ଏହି କାର ଗୁଡିକରେ ଡ୍ରାଇଭର ସାଇଡ ଏୟାରବ୍ୟାଗ ସହିତ ଫ୍ରଣ୍ଟ ପ୍ୟାସେଞ୍ଜର ସାଇଡ ଏୟାରବ୍ୟାଗ ମଧ୍ୟ କମ୍ପାନୀକୁ ଦେବାକୁ ହେବ ।
ସୂଚନା ଦେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଗାଡି ଚାଳକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଏହାବ୍ୟତିତ ଅଟୋମୋବାଇଲ କମ୍ପାନୀକୁ ସରକାର ପୁରୁଣା ମଡେଲ୍ସରେ ଫ୍ରଣ୍ଟ ଏୟାରବ୍ୟାଗ ଫିଟ୍ କରିବା ପାଇଁ ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହାପରେ ଯାଇ କମ୍ପାନୀ ଗାଡି ବିକ୍ରି କରିପାରିବ ।
ସୂଚନାଯୋଗ୍ୟ, କାର୍ ରେ ଡୁଆଲ ଏୟାରବକ୍ସ ଲଗାଇବା ଦ୍ୱାରା ଏକ୍ସ ସୋରୁମ ଦାମ ୪ ହଜାର ଟଙ୍କାରୁ ନେଇ ୭ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଏହାପୂର୍ବରୁ ସରକାର କେବଳ ଡ୍ରାଇଭର ସିଟ୍ ପାଇଁ ହିଁ ଏୟାରବ୍ୟାଗ ବାଧ୍ୟତାମୂଳକ କରିଥିଲେ । କେବଳ ଗୋଟେ ଏୟାରବ୍ୟାଗ ହେବା ଯୋଗୁଁ ଦୁର୍ଘଟଣା ସମୟାରେ ଡ୍ରାଇଭର ସହିତ ଆଗରେ ବସିଥିବା ପାସେଞ୍ଜରର ସୁରକ୍ଷା ହୋଇପାରୁନାହିଁ । ଏଭଳି ସ୍ଥିତିରେ ପାସେଞ୍ଜର ଗମ୍ଭୀର ରୁପେ ଆହତ ହେବାର ଆଶାଙ୍କା ରହିଥାଏ । ଏସବୁକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ।