ଚେନ୍ନାଇ (ଏଟିଆର ବ୍ୟୁରୋ); ବିଜୟ ଧାରା ଜାରି ରଖିଲା ଧୋନି ବାହନୀ । ପଏଣ୍ଟଟେବୁଲର ଏକ ନମ୍ବର ସ୍ଥାନରେ ରହିଲା ଚେନ୍ନାଇ । ଗୁରୁବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ରାଜସ୍ଥାନକୁ ଧୂଳିଚଟାଇଛି । ରାଜସ୍ଥାନ ର୍ତରେ ଥିବା ମ୍ୟାଚକୁ ଝାମ୍ପି ଆଣିଛନ୍ତିି ଧୋନି । ମ୍ୟାଚଟି ଯଦିଓ ଲୋସ୍କୋରିଂ ହୋଇଥିଲା ତଥାପି ଖେଳ ଶେଷ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିଥିଲା । ଶେଷ ବଲରେ ୩ ରନ ଆବଶ୍ୟକ ହୋଇଥିବା ବେଳେ ଏକ ବିଶାଳ ଛକା ମାରି ଚେନ୍ନାଇ ବିଜୟ ବାନା ଉଡାଇଛି । ଧୋନି ଏବଂ ରାୟୁଡୁଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ବ୍ୟାଟିଂ ଦଳକୁ ଦେଇଛି ବଡ ସଫଳତା । ପ୍ରଥମରୁ ଯଦିଓ ୩୦ ରନ ଭିତରେ ୪ଟି ୱିକେଟ ହରାଇଥିଲା ଚେନ୍ନାଇ । ତେବେ ପରେ ଧୋନି ଏବଂ ରାୟୁଡୁ ଦଳ ପାଇଁ ବୁଝିଶୁଝି ବିଜୟ କରାଇଥିଲେ ।
ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ୱିକେଟ ବିନିମୟରେ ୧୫୦ ରନ କରିଥିଲା । ଦଳ ପକ୍ଷରୁ ବେନ ଷ୍ଟୋକ ସର୍ବାଧିକ ୨୮ ରନ କରିଥିଲେ । ବାକି ଖେଳାଳି ୨୦ ଭିତରେ ରହିଥିଲେ । ତେବେ ଏତେ କମ ସ୍କୋର ହୋଇଥିଲେ ସୁଦ୍ଧା ରାଜସ୍ଥାନ ବୋଲିଂରେ ଶକ୍ତି ପ୍ରଦର୍ଶନ କରି ମ୍ୟାଚକୁ ନିଜ କବଜାରେ ରଖିଥିଲା । ପ୍ରଥମରୁ ଲଗାତାର ୱିକେଟ ନେଇଥିଲେ । କିନ୍ତୁ ଧୋନି ଏବଂ ରାୟୁଡୁ ଚେନ୍ନାଇର ବିଜୟ ରାସ୍ତା ଖୋଲିଥିଲେ । ଶେଷ ଓଭରରେ ୧୮ ରନ ଆବଶ୍ୟକ ହୋଇଥିବା ବେଳେ ଷ୍ଟୋକଙ୍କ ପ୍ରଥମ ବଲରୁ ଛକା ମାରିଥିଲେ ଜାଡେଜା । କିନ୍ତୁ ତୃତୀୟ ବଲରେ ଧୋନି ଆଉଟ ହେବା ଦଳର ଚିନ୍ତା ବଢ଼ାଇଥିଲା । କିନ୍ତୁ ସନ୍ତରଙ୍କ ଶେଷ ତିନି ବଲରୁ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟ କରାଇଥିଲା ।