ମୁମ୍ବାଇ(ଏଟିଆର ବ୍ୟୁରୋ):ସବୁଠାରୁ ଧନୀ ବ୍ୟକ୍ତି ବୋଲି ଜଣାଶୁଣା ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଗାଡି ରଖିଥିବା ବ୍ୟକ୍ତିଙ୍କ ଫଟୋ ସିସିଟିଭିେି କଏଦ ହେଲା । ବ୍ୟକ୍ତି ଜଣକ ପିପିଇ କିଟ ପିନ୍ଧି ଘର ପାଖରେ ପାକିଂ କରି ଯାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ପିପିଇ କିଟ୍ ପିନ୍ଧିଥିବାରୁ ତାଙ୍କର ପରିଚୟ ଜଣାପଡୁ ନାହିଁ ।
ସନ୍ଦିଗ୍ଧ ଏକ ସ୍କର୍ପିଓରେ ୨୦ଟି ଜିଲିଟିନ୍ ଷ୍ଟିକ୍ସ ରଖି ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଏଣ୍ଟିଲିୟାର ୫୦୦ ମିଟର ଦୂରରେ ପାର୍କିଙ୍ଗ୍ କରିଥିଲା। ଦୁର୍ବୃତ୍ତ ଜଣଙ୍କ ନିଜ ପରିଚୟକୁ ଗୋପନ ରଖିବା ପାଇଁ ଜାଣିଶୁଣି ପିପିଇ କିଟ୍ ପିନ୍ଧି ବିସ୍ଫୋରକ ଖଚିତ ଗାଡ଼ିକୁ ଅମ୍ବାନୀଙ୍କ ଘର ପାଖରେ ରଖିଥିଲା।
ରାତି ୩ଟା ୫ ମିନିଟରେ ଇନୋଭା ମୁଲୁଣ୍ଡ ପାର କରିଥିଲା। ସେହି ଇନୋଭା କାର୍ ଡ୍ରାଇଭର ଗାଡି ନମ୍ବର ପୁଣି ବଦଳାଇ ସକାଳ ପାଖାପାଖି ୪ଟା ସମୟରେ ଇନୋଭାକୁ ପୁଣି ମୁଲୁଣ୍ଡ ଟୋଲ ଗେଟ ପାର କରାଇ ମୁମ୍ବାଇ ଆସିଥିଲା