କେନ୍ଦ୍ରାପଡ଼ା,(ଏଟିଆର ବ୍ୟୁରୋ): ନଳକୂପ ଖୋଳା ଯାଇଥିଲା । ଆଶା ଥିଲା ସେଥିରୁ ପାଣି ବାହାରିବ । ହେଲେ ନଜରକୁ ଏବେ ଆସିଛି ଅଦ୍ଭୁତ ଘଟଣା । ପାଣି ନୁହଁ ବାହାରୁଛି ଏକ ପ୍ରକାର ଇନ୍ଧନ ଗ୍ୟାସ । ଦିଆସିଲି ମାରିଲେ ତାହା ପୁଣି ହୁତୁହୁତୁ ହୋଇ ଜଳୁଛି । ଘଟଣାସ୍ଥଳରେ ଫାୟାର କର୍ମଚାରୀମାନେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଛନ୍ତି । ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା କଳାବୁଦା ଗାଁରେ ନଜରକୁ ଆସିଛି ।
ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ଏକ ନଳକୂପ ଖୋଳାଯାଇଥିଲା । ହଠାତ ପାଇପ ତଳୁ ଫାଣି ଫୋଟକା ବାହାରିବାରୁ କାଳେ କେଉଁଠି ପାଇପ ଲିକ ରହିଛି ବୋଲି ପ୍ରଥମେ ଅନୁମାନ କରାଯାଇଥିଲା । ଝୁଣା ଦେବା ବେଳକୁ ହଠାତ ତାହା ଜଳିବାକୁ ଲାଗିଲା । ବାସ ଏହାପରେ ଆଉ ନିଆଁ ବନ୍ଦ ହୋଇନଥିଲା । ଲୋକେ ଫାୟାର କର୍ମଚାରୀଙ୍କୁ ଖବର ଦେଇଥିଲେ । ହେଲେ ଫାୟାର କର୍ମଚାରୀମାନେ ବାରମ୍ବାର ଯାଞ୍ଚ କରିବା ପରେ ତାଙ୍କ ମୁଣ୍ଡ ବି ଘୁରାଇ ଦେଇଥିଲା । ଖନନ ବେଳେ କୌଣସି ଇନ୍ଧନ ଗ୍ୟାସ ବାହାରୁଥିବା ଅନୁମାନ କରାଯାଉଛି ।