ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମା’ ସରସ୍ୱତୀ ଜେନାଙ୍କ ଆଜି ସକାଳୁ ଦେହାନ୍ତ ହୋଇଛି । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଖି ବୁଜିଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଖବର ମିଳିବା ପରେ ହସପିଟାଲରେ ବହୁ ରାଜନେତାଙ୍କ ଭିଡ଼ ଜମିଛି । ଶେଷ ଦର୍ଶନ ଲାଗି ସମସ୍ତେ ପହଞ୍ଚିଛନ୍ତି । ମନ୍ତ୍ରୀଙ୍କ ମାତୃ ବିୟୋଗରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।