ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଅପରାଧୀଙ୍କୁ ଧରିବ ‘ଅତିଥି ଆପ’ । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏହି ଆପ୍ ବ୍ୟବହାର କରାଯିବ । ଏନେଇ ଏହାର ପ୍ରସ୍ତୁତି ତିଆରି ଚାଲିଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ।ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ ।
ତେବେ ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ,ସର୍ବସାଧାରଣଙ୍କ ପାଖରେ ରହିବ ନାହିଁ । ଏହି ତଥ୍ୟ ଦାଖଲ କରିବା ପାଇଁ ସମସ୍ତ ହୋଟେଲ ,ଲଜକୁ ନିର୍ଦ୍ଦେଶ ଦିଆଯାଇଛି । କମ୍ପ୍ୟୁଟର ମାଧ୍ୟମରେ ପୋଲିସ ଏହି ତଥ୍ୟ ସଂଗ୍ରହ କରିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଷ୍ପତ୍ତି ନିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଦେଇଛନ୍ତି ।