ଭୁବନେଶ୍ୱର(ଏଟିଆର ବ୍ୟୁରୋ):କ୍ରାଇମବାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଯଶବନ୍ତ ଜେଠୱା । ଏଡିଜି ଆଇନ ଶୃଙ୍ଖଳା ଥିବା ଜେଠୱାଙ୍କୁ କ୍ରାଇମବାଞ୍ଚଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଏହି ଦାୟିତ୍ୱ ନେବେ ।
ଟ୍ୱିନ ସିଟିର ନୂଆ ପୋଲିସ କମିଶନର ଭାବେ ବଦଳି ହୋଇଛନ୍ତି ସୈାମେନ୍ଦ୍ର ପ୍ରିୟଦର୍ଶୀ ।ଏହା ପୂର୍ବରୁ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ହେଲେ ନିକଟରେ ତାଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ୍ର କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେ ସେହି ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ଏଡିଜି ପଦ ଖାଲି ଥିଲା। ଏଣୁ ଶ୍ରୀ ଜେଠୱାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି।