ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ ଦିନ କୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଜିଛି ରାଜ୍ୟରେ ଲକଡାଉନ ମଧ୍ୟ ଜାରି କରାଯାଇଛି । ଓ କିଛି ସ୍ଥାନରେ ନାଇଟ କଫ୍ରୁ ଜାରି କରାଯାଇଛି । ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କଡା ନିୟମ ଜାରି କରାଯାଇଛି । ଯଦି ଯାତ୍ରୀମାନେ ଠିକ୍ ଭାବେ ମାସ୍କ ନପିନ୍ଧିବେ ତା ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଏନେଇ ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛି ଡିଜିସିଏ। ତତ୍କାଳ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ।
ଅଧିକାଂଶ ଯାତ୍ରୀ ମାସ୍କ ପିନ୍ଧୁନଥିବା ନଜର ଆସୁଥିବା ବେଳେ ଆଉ ଜିଛି ଲୋକ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି ହେଲେ ଠିକ ଭାବରେ ମାସ୍କ ପିନ୍ଧିବାର ଅର୍ଥ ଉଭୟ ପାଟି ଓ ନାକ ମାସ୍କରେ ଘୋଡାଇ ହୋଇ ରହିବ । ଯାତ୍ରୀମାନେ କେବଳ ଚେକିଂ ହେଉଥିବା ସମୟରେ ଠିକ ଭାବରେ ମାସ୍କ ପିନ୍ଧୁଛନ୍ତି ଆଉ ବିମାନରେ ବସିବା ବେଳେ ଠିକ୍ ଭାବରେ ମାସ୍କ ନପିନ୍ଧୁଥିବାର ନଜିର ରହିଛି। ତେଣୁ କରୋନାକୁ ଦୂରେଇବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବାର ଆବଶ୍ୟକ ରହିଛି ବୋଲି ଡିଜିସିଏ କହିଛି।ତେବେ ଯାତ୍ରୀମାନେ ନାକ ଉପରକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଛି ।