କଟକ(ଏଟିଆର ବ୍ୟୁରୋ): କଟକ ବଡମେଡିକାଲର ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ହୋଇପଡିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି ରୋଗୀ ପାର୍ବତୀ ଦାସ । ଗତକାଲି ରାତିରେ ଗୁରୁତର ପାର୍ବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପାର୍ବତୀ ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳ ବାସିନ୍ଦା ଥିଲେ ।ନିଆଁରେ ପୋଡି ହୋଇ ସେ ଗୁରୁତର ଅବସ୍ଥାରେ ଥିଲେ । ତାଙ୍କ ଶରୀରରେ ପ୍ରାୟ ୭୦ ପ୍ରତିଶତ ଜଳି ଯାଇଥିଲା । ସେଥିପାଇଁ ତାଙ୍କୁ ଏସବିର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଥିଲା ।
ଅନ୍ୟ ପକ୍ଷରେ ଏହି ଘଟଣାରେ ଜାତୀୟ ମାନବଧିକାର କମିସନ କ୍ଷୋଭ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ୮ ସପ୍ତାହ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି।