ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବାରେ ଲାଗିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଓଡିଶାର କେତେକ ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରର ପର୍ଯ୍ୟନ୍ତ ରହିବ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞ ସୁରେନ୍ଦ୍ରନାଥ ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ୧୬ ତାରିଖରେ ଅନୁଗୁଳ,କଟକ,ଢେଙ୍କାନାଳ,କେନ୍ଦ୍ରାପଡା,ଜଗତସିଂହପୁର,ଭଦ୍ରକ,ଖୋର୍ଦ୍ଧା,ଯାଜପୁର,ବାଲେଶ୍ୱର,ଗଞ୍ଜାମ,ଜିଲ୍ଲାରେ କୁହୁଡି ହେବ । ଭୁବନେଶ୍ୱରରେ ସବୋର୍ଚ୍ଚ ତାପମାତ୍ରା ୩୭ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ରହିବ । ମାଲକାନଗିରିରୁ ସୋନପୁର ଜିଲ୍ଲା ସମେତ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧରେ ଆସନ୍ତା ୩ ଦିନରେ ୩ ଡିଗ୍ରୀ ତାପମାତ୍ରା ବଢିବ । ଏଥିରୁ ଅନେକ ସ୍ଥାନରେ ତାପମାତ୍ରା ୪୦ ପାର୍ କରିଯିବ ।
ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ୨୩ ତାରିଖ ପର୍ୟ୍ୟନ୍ତ ବଙ୍ଗୋପସାଗରୀୟ ପବନ ଯୋଗୁଁ ସର୍ବାଧିକ ତାପମାତ୍ର ବିଶେଷ ବଢ଼ିବ ନାହିଁ।ସେହିପରି ଉତ୍ତର ଉପକୂଳ ଓ ସଂଲଗ୍ନ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିପାରେ।