ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ କ୍ୱାୱାସାକି ତାର ଫ୍ଲାଗସିପ୍ ନିଞ୍ଜା ଜେଡଏକ୍ସ-୧୦ଆର ସୁପରବାଇକର ଲାଟେଷ୍ଟ ମଡେଲ ଲଞ୍ଚ କରିଛି । ଯାହାର ଏକ୍ସ ସୋରୁମ୍ ମୂଲ୍ୟ ୧୪,୯୯,୦୦୦ ଟଙ୍କା ରହିଛି । ଏହି ଅପଡେଟେଡ ମଡେଲକୁ ଦୁଇଟି କଲର ଅପ୍ସନ ତଥା ଲାଇମ ଗ୍ରୀନ ଏବଂ ଫ୍ଲ୍ୟାଟ ଏବୀନୋ ଟାଇପ ୨ ରେ ଉପଲବ୍ଧ କରିଛି କମ୍ପାନୀ ।
ନୂତନ ଅପଡେଟ ସହିତ ବାଇକର ଷ୍ଟାଇଲିଙ୍ଗ ରେ କିଛି ପରିବର୍ତ୍ତନ କରାଯାଇଛି । ଏହାସହିତ ଇଂଜିନ୍ ରେ ମଧ୍ୟ ଅପଡେଟ କରାଯାଇଛି । ପୂର୍ବ ମଡେଲ ତୁଳନାରେ ଏହି ବାଇକରେ ସାମାନ୍ୟ ସାର୍ପ ଡିଜାଇନ୍ କରାଯାଇଛି ।
ଏହାବ୍ୟତିତ ଏଥିରେ ଏକ ନୂତନ ବିଏସ-୬ ଇନ୍ଧନ ମାନକ ବିଶିଷ୍ଟ ୯୯୮ସିସି, ଲିକ୍ୱିଡ କୁଲ୍ଡ, ଇନ-ଲାଇନ ୪-ସିଲିଣ୍ଡର ଇଂଜିନ୍ ଦିଆଯାଇଛି । ଏହି ଇଂଜିନ୍ ୧୩,୨୦୦ ଆରପିଏମ ରେ ୨୦୦ ବିଏଚପି ର ପାୱର ଏବଂ ୧୧,୪୦୦ ଆରପିଏମରେ ୧୧୪ ଏନଏମ ର ପିକ୍ ଟାର୍କ ଜେନେରେଟ କରିବ । ପାୱରଟ୍ରେନକୁ ଏପର୍ଯ୍ୟନ୍ତ ନୂତନ ରିୟର-କୁଲ୍ଡ ଅଏଲ କୁଲର ସହିତ ଫିଙ୍ଗର ଫଲୋଅର ବଲ୍ୱ ଏକ୍ଚୁଏସନ ସିଷ୍ଟମ ରହିଛି । କମ୍ପାନୀ ଅନୁସାରେ, କାୱାସାକିର ୱର୍ଲ୍ଡ ଏସବିକେ ରେସ୍ ମେସିନ୍ ର ଫିଡବ୍ୟାକ ଆଧାରରେ ଏହି ଅପଡେଟ ଲଞ୍ଚ କରାଯାଇଛି ।
ଏହି ସୁପରବାଇକରେ ଅନେକ ଫିଚର୍ସ ରହିଛି, ଏଥିରେ ଇଲେକ୍ଟ୍ରନିକ କ୍ରୁଜ୍ କଣ୍ଟ୍ରୋଲ, ଇଂଜିନ୍ ବ୍ରେକ କଣ୍ଟ୍ରୋଲ, ଏବିଏସ, ଇଲେକ୍ଟ୍ରନିକ ଷ୍ଟ୍ରିୟରିଙ୍ଗ ଡେମ୍ପର, କର୍ଣ୍ଣରିଙ୍ଗ ମ୍ୟାନେଜମେଣ୍ଟ ସିଷ୍ଟମ, ଲଞ୍ଚ କଣ୍ଟ୍ରୋଲ, ପାୱର ମୋଡ୍ସ, ରାଇଡିଂ ମୋଡ୍ସ ଏବଂ ବାୟୋଡାୟରେକ୍ସନାଲ କ୍ୱିକ ସିଷ୍ଟର ସାମିଲ ଅଛି ।