ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉନକୁଳ ଓଡିଶାରେ ତାତି କମ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ତାତି ଆହୁରି ବଢିବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିଥିବାବେଳେ ସର୍ବୋଚ୍ଚ ତାନପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ତୋବ ୨୦ ଓ ୨୧ ତାରିଖରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ ।
୨୧ ତାରିଖରେ ନବରଙ୍ଗପୁର,ନୂଆପଡା,ବରଗଡ,ସୁନ୍ଦରଗଡ,ଝାରସୁଗୁଡା,କୋରାପୁଟ,ମୟୂରଭଞ୍ଜ,ରାୟଗଡା,ଗଜପତି ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ନବରଙ୍ଗପୁର,ନୂଆପଡା,ବରଗଡ,ଝାରସୁଗୁଡା,କେନ୍ଦୁଝର,ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପାଣିପାଗ ବିଭାଗର କହିବାନୁସାରେ, ବାରିପଦା, ବୌଦ୍ଧ ଓ ମାଲକାନଗିରି ପରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ଅଛି । ଏହାବାଦ୍ ତାଳଚେର ୩୮.୩, ଟିଟିଲାଗଡ଼ ୩୮, ଅନୁଗୁଳ ୩୭.୭, ଭବାନୀପାଟଣା ୩୭.୭, କଟକ ୩୭.୬, ଝାରସୁଗୁଡ଼ା ୩୭.୨, ସମ୍ବଲପୁର ୩୭.୨ ଓ ବଲାଙ୍ଗିର ୩୭.୨ ଡିଗ୍ରୀ ସେଲସିୟସ୍ ଅଛି