ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଧାନସଭାରେ ଅଚଳ ବ୍ୟବସ୍ଥା ପ୍ରସଙ୍ଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ବିଧାୟକ । ବିଧାନସଭାରୁ ଲୋକସଭା ଅଭିମୁଖେ ଯାଇଥିଲେ ବିଜେଡି ପଳର ବିଧାୟକମାନେ ଓ ଗୃହ ପରମ୍ପରା ଭଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ବିଧାନସଭାରେ ଅଚଳାବସ୍ଥା ଦୁର ହୋଇ କିପରି ଗୃହ ସ୍ୱାଭାବିକ ଭାବରେ ଚାଲିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର । ପବିତ୍ର ଗୃହର ମର୍ୟ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।
ସ୍ମାରକ ପତ୍ରରେ ଲେଖାହୋଇଥିବା ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି ଓ ତାହା ଏକ କାପୁରୁଷତାର କାର୍ଯ୍ୟ ଓ ବିଧାୟକ ଅତି ଲଜ୍ଜାଜନକ, ଅତି ହୀନକାର୍ଯ୍ୟ କରିଛନ୍ତି ଓ କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ସାରା ଦେଶ ଏବେ ଉଠୁଛି ପଡୁଛି ।