ଡାବୁଗାଁ (ଏଟିଆର ବ୍ୟୁରୋ) ; ଡାବୁଗାଁ ବ୍ଳକର ଡଙ୍ଗରୀଗୁଡା ପଞ୍ଚାୟତରେ କମୁଛି ମାଟି ପାତ୍ରର ଆଦର । ଚିନ୍ତାରେ କରିଗର କାରଣ ଦିନକୁ ଦିନ ଲୋପ ପାଇବାକୁ ବସିଛି ଏହି କୁଟିର ଶିଳ୍ୱ । ଦିନେ କାରିଗରଙ୍କ ମାନଙ୍କୁ ବାହାଘର ଏବଂ ବ୍ରତ ସମୟରେ ଖୋଜାପଡୁଥିଲା ଏବେ ସେମାନଙ୍କ ଚାହିଦା କମିବାରେ ଲାଗୁଛି ।
ଡଙ୍ଗରିଗୁଡା ଗାଁରେ ଅଧିକାଂଶ ଲୋକ କୁମ୍ଭାର ବୃତ୍ତି କରି ଚଳିଥାନ୍ତି । ମାତ୍ର ମାଟି ପାତ୍ର ବା ମାଟିରେ ତିଆରି ଜିନିଷର ଚାହିଦା କମିବା ଦ୍ୱାରା ଅଧିକାଂଶ ଲୋକ ନିଜର କୁଳବେଉସା ଛାଡିବାକୁ ବସିଲେଣି । କେବଳ ପୂଜା ପର୍ବାଣି ସମୟରେ କାଁ ଭାଁ ଖୋଜନ୍ତି ଏହି କାରିଗରମାନଙ୍କୁ । ଏଣୁ ଏହାକୁ ବୃତ୍ତି କରି ଚଳିବା କଷ୍ଟ ହୋଇପଡିଛି ଏହି କାରଗରଙ୍କ ପାଇଁ ।
ତେବେ ଏହି କଳା ବିଲୁପ୍ତ ହେବାକୁ ବସିଥିବା ବେଳେ ଯଦି ସରକାରଙ୍କ ନଜର ପଡେ ତେବେ ଏମାନେ ବିଶେଷ ଉପକୃତ ହେବେ କାରଣ ସରକାର ଯଦି ଏମାନଙ୍କୁ କଞ୍ଚାମାଲ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେଲେ ବିଶେଷ ଉପକୃତ ହେବେ ବୋଲି କହିଛନ୍ତି । କାରଣ ଏମାନେ ତିଆରି କରୁଥିବା ଜିନିଷର ଉପଯୁକ୍ତ ପାରିଶ୍ରମିକ ପାଇପାରୁନାହାଁନ୍ତି । ଦେଖାଯାଉ କେବେ ସରକାରଙ୍କ ନଜର ପଡୁଛି ଏଇ ଗରିବ କାରିଗରଙ୍କ ଉପରେ ।
ରିପୋର୍ଟ ; ରଶ୍ମିରଞ୍ଜନ ସାମଲ
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024