ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଆସିଥିବା ଆମେରିକା ରକ୍ଷାମନ୍ତ୍ରୀ ଅଷ୍ଟିନ୍ ଏବଂ ଭାରତ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଆଜି ବିଜ୍ଞାନ ଭବନରେ ପ୍ରତିନିଧିମଣ୍ଡଳ ସ୍ତରର ଆଲୋଚନା ହୋଇଛି । ଉଭୟ ଦେଶ ଭାରତୀୟ ସେନା ଏବଂ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ, ମଧ୍ୟ କମାଣ ଏବଂ ଆଫ୍ରିକା କମାଣ ମଧ୍ୟରେ ସହଯୋଗ ବଢାଇବାରେ ସହମତି କରିଛନ୍ତି ।
ଅଷ୍ଟିନଙ୍କ ସହ ସାକ୍ଷାତ ପରେ ରାଜନାଥ ସିଂହ କହିଛନ୍ତି କି, ଭାରତୀୟ ସେନା ଏବଂ ୟୁଏସ ଇଣ୍ଡୋ-ପେସିଫିକ୍ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଆଫ୍ରିକା କମାଣ୍ଡ ମଧ୍ୟରେ ସହଯୋଗ ବଢାଇବା ପାଇଁ ଆମେ ସହମତ । ଭାରତ ଆମେରିକା ସହିତ ମଜବୁତ ରକ୍ଷା ଡିଲ୍ କୁ ଆହୁରି ଆଗକୁ ବଢାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆଲୋଚନା ବହୁତ ବ୍ୟାପକ ଏବଂ ସାର୍ଥକ ହୋଇଛି । ଆମେ ଭାରତ-ଆମେରିକା ବୈଷୟିକ ରଣନୀତିକୁ ସମ୍ପୂର୍ଣ୍ଣ କ୍ଷମତାର ସହିତ ଆଗକୁ ବଢାଇବା ପାଇଁ ସଂକଳ୍ପବଦ୍ଧ । ଏହାସହିତ ଅନେକ ବିଷୟକୁ ନେଇ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।