ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଗାଈ କିମ୍ବା ମଇଁଷି ଖୀର ନିଶ୍ଚୟ ପିଇଥିବେ । କିନ୍ତୁ କେବେ ଛେଳି ଖୀର ପିଇଛନ୍ତି କି? ଆଜ୍ଞା ହଁ ସେ ଗାଈ ଖୀର ହେଉ ଅବା ମଇଁଷି ଖୀର ଏହି ଖୀରରେ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ । କିନ୍ତୁ ଛେଳି ଖୀରରେ ପ୍ରଚୁର କ୍ୟାଲସିୟମ ରହିବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
– ଛୋଟ ପିଲାଙ୍କ ଶରୀର ପାଇଁ ପ୍ରୋଟିନର ଆବଶ୍ୟକତା ହୋଇଥାଏ । ଯାହାଦ୍ୱାରା ସେମାନେ ଖୁବ୍ ଶୀଘ୍ର ବଡ ହୋଇଥାନ୍ତି । ଯଦି ଏହି ସମୟରେ ଆପଣ ଛେଳି ଖୀର ପିଆଇବେ ତେବେ ପିଲାଙ୍କ ଶରୀରର ବିକାଶ ବହୁତ ଶୀଘ୍ର ହୋଇଥାଏ । ଛେଳି ଖୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ମାତ୍ରା ଅଧିକ ଥାଏ ।
– ଯଦି ଆପଣଙ୍କ ଶରୀର କୌଣସି କାରଣ ପାଇଁ ଫୁଲୁଛି ତେବେ ନିୟମିତ ସକାଳୁ ଛେଳି ଖୀର ପିଅନ୍ତୁ ।
– ଛେଳି ଖୀରରେ ନ୍ୟୁଟ୍ରିଏଣ୍ଟସ ର ମାତ୍ରା ଅଧିକ ଥାଏ । ଏହା ବ୍ୟତୀତ ପୋଟାସିୟମ ଏବଂ ଫସୁଫରସ ମଧ୍ୟ ପ୍ରଚୁର ପରିମାଣ ଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।
– ଛେଳି ଖୀରରେ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ହୃଦ୍ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଏହାଦ୍ୱାରା ସର୍ବଦା କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏବଂ ହଠାତ୍ ହୃଦ୍ଘାତ ହେବାରୁ ରକ୍ଷା ମିଳିଥାଏ ।