ଅନୁଗୁଳ(ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶ କୁ ଫେରିଯିବ ଅନୁଗୁଳ ସାତକୋଶିଆ ଜଙ୍ଗଲରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ । ଏଥିପାଇଁ ୬ ଜଣ ବିଶେଷଜ୍ଞ ଟିମ୍ ସାତକୋଶିଆ ଅଭିମୁଖେ ଆସିଥିଲେ । ଏନେଇ ଆଜି ଅନୁଗୁଳରେ ପହଞ୍ଚିବେ ବିଶେଷଜ୍ଞ ଟିମ । ସାତକୋଶିଆ ବନ ଅଧି୍କାରୀମାନଙ୍କ ସହ ଆଲୋଚନା ପରେ ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି ।
ସୁନ୍ଦରୀ ଦୁଇଥର ମଣିଷ ଶିକାର କରିବା ପରେ ୨୦୧୮ ରୁ ସୁନ୍ଦରୀକୁ ଏନକ୍ଲୋଜର ଭିତରେ ରଖାଯାଇଥିôଲା । ସ୍ଥିତି ଅନୁଧ୍ୟାନ କରିବା ପରେ ତାକୁ ଯନ୍ତାରେ କାବୁ କରି ସ୍ୱତନ୍ତ୍ର ଗାଡିରେ କାହ୍ନା ଅଭୟାରଣ୍ୟରେ ଗରିଲା ଏନକ୍ଲୋଜରରେ ଛଡାଯିବ । ଏବେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି ।