ଭୁବନେଶ୍ୱର(ଏଟିଆର ବ୍ୟୁରୋ): ତାତିରେ ଜଳିବେ ସାରା ଓଡିଶାବାସୀ ।ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ ।ତାତି ଓ ଗୁଳୁଗୁଳି କାରଣରୁ ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି । ଆଗକୁ ଆହୁରି ବଢିବ ପ୍ରଚଣ୍ଡ ଖରା । ଆସନ୍ତା ୨୪ ତାରିଖ ମଧ୍ୟରେ ଭୁବନେଶ୍ୱରରେ ତାପମାତ୍ରା ୪୧ ଡିଗ୍ରୀ ଓ ୨୬ ତାରିଖକୁ ୪୨ଡିଗ୍ରୀ ସେଲସିୟସ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏଭଳି ତାପମାତ୍ରା ବୃଦ୍ଧି ହେଲେ ଅଂଶୁଘାତ ହେବାର ସମ୍ଭାବନା ରହିଛି ।
ସୋମବାର ଦିନ ରାଜ୍ୟର ୧୧ ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ସେହିପରି ବୈାଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ରହିଥିବାବେଳେ ବାରିପଦା, ହୀରାକୁଦ, ତାଳଚେର ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍ ଲେଖାଏଁ ଥିବାବେଳେ ଟିଟିଲାଗଡ଼ ୩୯.୫, ଭବାନୀପାଟଣା ୩୯, ମାଲକାନଗିରି ୩୯, ନୟାଗଡ଼ ୩୯.୫, ସମ୍ବଲପୁର ୩୯.୮ ଓ କଟକ ୩୯ ଡିଗ୍ରୀ ଥିଲା ।
ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ତାପମାତ୍ରା୪୧ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ୨୬ରେ ପାରଦ ୪୨ ଡିଗ୍ରୀ ପାଖାପାଖି ପହଞ୍ଚିପାରେ । ୨୮ ପରେ ବାୟୁର ଦିଗ ବଦଳିବ । ଉପକୂଳରେ ମେଘୁଆ ପାଗ ସହ ତାପମାତ୍ରା କମିବ । ସମ୍ଭବତଃ ୨୯ରେ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏଥିଯୋଗୁ ୨୯ରୁ ୩୧ ସମଗ୍ର ଉପକୂଳ ଜିଲ୍ଲାରେ ପବନ ସହ ଭଲ ପରିମାଣର ବର୍ଷା ହୋଇପାରେ ।