ସମ୍ବଲପୁର (ଏଟିଆର ବ୍ୟୁରୋ): ସକାଳୁ ସକାଳୁ ଦୁର୍ଘଟଣା । ଥୁଆ ହୋଇ ଥିବା ଜେସିବି ପଛକୁ ପିଟିଲା ସ୍କୁଲ ଭ୍ୟାନ । ଦୁର୍ଘଟଣାରେ ୭ ଜଣ ଛାତ୍ର ଆହତ ହୋଇଥିବା ବେଳେ ୨ ଗୁରୁତର ଥିବା ଜଣା ପଡିଛି । ସେମାନଙ୍କୁ ଉଦ୍ଧାର କରଯାଇ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବରମୁତାବକ, ସେଣ୍ଟ ଯୋଶେଫ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍କୁଲ ଭ୍ୟାନ ସମ୍ବଲପୁର ରାଜପଥରେ ଯାଉଥିଲା । ଅମ୍ବିରାନଗର ନିକଟରେ ଏକ ଜେସିବି ରାସ୍ତାକଡରେ ଥୁଆ ହୋଇଥିଲା । ସ୍କୁଲ ଭ୍ୟାନଟିର ସ୍ପିଡ୍ ଅଧିକ ମାତ୍ରାରେ ଥିବାରୁ ଡ୍ରାଇଭର ଜଣଙ୍କ ଭ୍ୟାନଟିକୁ ନିୟନ୍ତ୍ରଣରେ ରଖିପାରି ନଥିଲେ । ଫଳରେ ଭ୍ୟାନ୍ ଟି ଯାଇ ସିଧା ଜେସିବି ର ପଛପଟେ ଧକ୍କା ଦେଇ ଓଲଟି ପଡିଥିଲା । ଏହି ଅଘଟଣରେ ଛାତ୍ରଛତ୍ରୀମାନେ ଆହତ ହୋଇଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।