ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପାଖେଇ ଆସୁଛି ବକ୍ସିସ୍ ପାଇବାର ସମୟ । ବର୍ଷସାରା ମାଲିକ ପାଇଁ କରିଥିବା ପରିଶ୍ରମରୁ ମିଳିଥାଏ ଶାନ୍ତି । କାରଣ ହାତରେ ମୁଠାରେ ଥାଏ ଦରମା ଠାରୁ ଅଧିକ ଟଙ୍କା । ସେହିପରି ପୋଲିସ ମଧ୍ୟ ଅନେଇ ବସିଛି ଲୋକଙ୍କ ଠାରୁ କିପରି ଆଦାୟ କରିବ ଦୁଇଗୁଣା ଜୋରିମାନା ।
ଆଜି ସକାଳେ ରାଜଧାନୀର ସବୁ ଛକରେ ଦେଖିବାକୁ ମିଳିଥିଲା ଟ୍ରାଫିକ ପୋଲିସର ଚେକିଂ । ଆଗରୁ କାଁ ଭାଁ ଚେକିଂ ହେଉଥିବା ବେଳେ ଦଶହରା ପାଖେଇ ଆସୁଥିବାରୁ ଚେକିଂ କରିବାର ନିଶା ଜୋର ଧରିଛି ।
ସ୍ଥାନୀୟ ନାଲକୋ ଛକ, ଚନ୍ଦ୍ର ଶେଖରପୁର ପେଟ୍ରୋଲ ପମ୍ପ ସାମ୍ନା,ଜୟଦେବ ବିହାର ଏବଂ ରସୁଲଗଡ ଓଭରଟ୍ରାଫିକ ପୋଷ୍ଠ ଆଦି ଜାଗାରେ ଦେଖିବାକୁ ମିଳିଥିଲା ଚେକିଂ କରିବାର ଦୃଶ୍ୟ । ମାତ୍ର ଜୟଦେବ ବିହାର ବସ୍ ଷ୍ଟପରୁ ଆରମ୍ଭ ରସୁଲଗଡ ଯିବା ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ତିନୋଟି ଜାଗାରେ ଚେକିଂ କରିବାର ଦୃଶ୍ୟ । ଯାହାକି ଜଣେ ସାଧାରଣ ଲୋକର ମନରେ ପୋଲିସ ପ୍ରତି ଥିବା ସନ୍ଦେହକୁ ବଢ଼େଇ ଦେଉଛି । କାରଣ ପୂର୍ବରୁ ଏତେ ଚେକିଂ ହେଉନଥିବା ବେଳେ ଦଶହରା ପାଖେବାରୁ କଣ ମନେ ପଡିଗଲା କି ? ଏଭଳି ଅନେକ ପ୍ରଶ୍ନ ଆସିଥାଏ ଜଣେ ସାଧାରଣ ଲୋକର । ସାଧାରଣ ଲୋକଙ୍କ କହିବା କଥା ଏଇଆ କି ପୋଲିସ ଏତେ ଚେକିଂ କରି ଜୋରିମାନା କରିବାକୁ ଚାହୁଁଛି ନାଁ ଦଶହରାକୁ ଆଖିରେ ରଖି ବକ୍ସିସ ଆଦାୟ କରୁଛି ପୋଲିସ୍ ?
ଦଶହରା ପାଖେଇ ଆସୁଥିବାରୁ ସୁରକ୍ଷାକୁ ଆଖିରେ ରଖି ଚେକିଂ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ମାତ୍ର ଟ୍ରାଫିକ ପୋଷ୍ଟପାଖରେ ଜୋରଦାର ଚେକିଂ ହେବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ମଟର ବହୁ ପରିମାଣରେ ଜମି ରହିବା ଫଳରେ ସାଧାରଣ ଲୋକ ଯିବା ଆସିବା ସମୟରେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାର ଅଭିଯୋଗ ଆସିଛି ।
ଋିପୋର୍ଟ: ଗୁଣନିଧି ବେହେରା
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024