କୋରାପୁଟ (ଏଟିଆର ବ୍ୟୁରୋ): ସାରା ଦେଶରେ ହକି ବିଶ୍ୱକପ୍ ଟ୍ରଫି ଭ୍ରମଣ କରି ଆସିବା ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ କରୁଛି । ସେହିପରି କୋରାପୁଟ ଜିଲ୍ଲାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି ।
ବାଜା ରୋଷଣୀ ସହ ଢେମଶା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହ ପରିକ୍ରମା କରାଯିବା ସହ ଜଗନ୍ନାଥ ମନ୍ଦିର ଛକ ନିକଟସ୍ଥ ସଭାସ୍ଥଳୀକୁ ନିଆଯାଇଥିଲା ।