ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସ୍ମତି ଇରାନୀଙ୍କୁ ପୂରିଲା ୪୫ ବର୍ଷ । ୧୯୭୬ ମାର୍ଚ୍ଚ ୨୩ ତାରିଖରେ ସେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସ୍ମୃତିଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।
ମୋଦୀ ଟ୍ୱିଟ କରି ଲେଖିଛନ୍ତି ‘କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ସେ ବୟନ ଓ ହସ୍ତତନ୍ତ୍ର ମନ୍ତ୍ରାଳୟକୁ ଆଗକୁ ବଢିବାରେ ଏବଂ ମହିଳା ସଶକ୍ତିକରଣ ପାଇଁ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି । ଆମେ ସମସ୍ତେ ତାଙ୍କ ପାଇଁ ଲମ୍ବା ଓ ସୁସ୍ଥ ଜୀବନ କାମନା କରୁଛୁୂ ।’’
ସେହିପରି ଅମିତ ଶାହା ମଧ୍ୟ ସ୍ମୃତିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ସେ ଆମ ରାଷ୍ଟ୍ରର ବିକାଶ ଓ ପ୍ରଗତି ପାଇଁ ଲଗାତାର କମା କରୁଛନ୍ତି । ଆମେ ତାଙ୍କର ଦୀର୍ଘାୟୁସ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛୁ ।
୨୦୧୯ ମସିହାରେ ତାଙ୍କୁ ମହିଳା ଓ ଶିଷ ବିକାଶ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏହା ପୂର୍ବରୁ ସେ ୨୦୧୪ ରେ ମାନବ ସଂସାଧନ ବିକାଶ ମନ୍ତ୍ରୀ ଥିଲେ ।