ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାରୁତି ସୁଜୁକି କାର୍ କିଣିବା ପାଇଁ ଯୋଜନା କରିଛନ୍ତି କି? ତେବେ ତୁରନ୍ତ କିଣି ନିଅନ୍ତୁ । କାରଣ ଏପ୍ରିଲ ମାସରୁ କାର୍ ଗୁଡିକର ଦାମ୍ ବୃଦ୍ଧି କରିବାକୁ ଯାଉଛି କମ୍ପାନୀ । କମ୍ପାନୀ ପକ୍ଷରୁ କୁହାଯାଇଛି କି, କଞ୍ଚା ମାଲର ଦର ବୃଦ୍ଧି ହେବା ଯୋଗୁଁ ଆଗାମୀ ମାସରୁ କମ୍ପାନୀ ତାର ସମସ୍ତ ମଡେଲର ଦାମ ବୃଦ୍ଧି କରିବାକୁ ଯାଉଛି ।
କମ୍ପାନୀ ଆହୁରି ମଧ୍ୟ କହିଛି କି, ଗତ କିଛି ବର୍ଷରୁ କମ୍ପାନୀର ପ୍ରଡକ୍ସନ କାଷ୍ଟରେ ବୃଦ୍ଧି ଘଟିଛି । ଯେଉଁଥି ପାଇଁ କମ୍ପାନୀ ତାର ସମସ୍ତ ମଡେଲର ଦାମ ବୃଦ୍ଧି କରିବାର ନିଷ୍ପତି ନେଇଛି ।
ମାରୁତି ସୁଜୁକି ଇଣ୍ଡିଆର ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି କି, ଆମେ ଗତ ବର୍ଷ ଏପ୍ରିଲ ମାସରେ ଗାଡିଗୁଡିକର ଏମିସନ ଊପରେ କାମ କରିଥିଲୁ । ଯେଉଁଥିରୁ ଖୁବ୍ ଖର୍ଚ୍ଚ ହୋଇଥିଲା । ସେଥିପାଇଁ ଆମେ ଭାବିଥିଲୁ କି ଦାମ୍ ରେ ବୃଦ୍ଧି କରିବୁ । କିନ୍ତୁ ଗତବର୍ଷ ବଜାରର ସ୍ଥିତି ଏତେ ଭଲ ନଥିଲା ଯେଉଁଥିପାଇଁ ସେହି ସମୟରେ ଆମେ ଦାମ୍ ବୃଦ୍ଧି କରିନଥିଲୁ । ମାତ୍ର ଏବେ ଇନଫୁଟ୍ କାଷ୍ଟରେ ବୃଦ୍ଧି ଘଟିଛି, ଖାସ୍ କରି କଞ୍ଚାମାଲ ଭଳି ଷ୍ଟିଲ, ପ୍ଲାଷ୍ଟିକ ଏବଂ ମେଟାଲ ଦାମ୍ ରେ ବୃଦ୍ଧି ଘଟିଛି ।