ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ଲାଗି ନୂଆ ଆଶା ନେଇ ଆସିଛି ନୂଆବର୍ଷ । ଗୋଟେପଟେ ସେରମ ଇଂଷ୍ଟିଚ୍ୟୁଟ ଏବଂ ବାୟୋଟେକ ର କରୋନା ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ସେହିପରି ବହୁତ ଶୀଘ୍ର ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସ୍ୱଦେଶୀ ଟୀକାର ସଫଳତା ପରେ ଏବେ ଭାରତ ବାୟୋଟେକ ଆଉ ଏକ ନୂତନ ଟୀକା ଉପରେ କାମ କରୁଛି । ଯାହାକୁ ନାକ ଜରିଆରେ ଦିଆଯିବ । ବହୁତ ଶୀଘ୍ର ଏହି ଟୀକାର ପରୀକ୍ଷଣ ଆରମ୍ଭ ହୋଇଯିବ ।
ଏନେଇ ଭାରତ ସରକାରଙ୍କ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି କି, ଭାରତ ବାୟୋଟେକ ପକ୍ଷର ଡିସିଜିଆଇ କୁ ନାଜାଲ ଟୀକା ର ଫେସ-୧ ଟ୍ରାଏଲ ପାଇ ଆବେଦନ ପଠାଯାଇଛି । ଏବେ ତାଙ୍କ ଆବେଦନ ଉପରେ ବିଚାର କରିବା ବାକି ରହିଛି ।
ସେପଟେ ଭାରତ ବାୟୋଟେକ ଦାବି କରିଛି କି , ଯଦି ବର୍ତ୍ତମାନ ସମୟରେ ନାଜାଲ ଭ୍ୟାକ୍ସିନ କୁ ଅନୁମତି ମିଳିଯିବ ତେବେ ଏହା ଅନ୍ୟ ଦୁଇ ଭ୍ୟାକ୍ସିନଠାରୁ ଅଧିକ ଫଳପ୍ରଦ ହେବ । ଏହାସହିତ ଏହାର ଗୋଟେ ଡୋଜରେ ହିଁ ମଣିଷ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବା ଆରମ୍ଭ ହୋଇଯିବ । ଏବେ ଯେଉଁ ଭ୍ୟାକ୍ସିନକୁ ଅନୁମତି ମିଳିଛି ତାର ଦୁଇି ଡୋଜ ୨୮ ଦିନ ବ୍ୟବଧାନରେ ଇଂଜେକ୍ସନ ଜରିଆରେ ଦିଆଯିବ ।
ଭାରତ ବାୟୋଟେକର ମୁଖ୍ୟ ଡା. କୃଷ୍ଟା ଇଲା କହିଛନ୍ତି କି, ନାକ ଜରିଆରେ ଦିଆଯିବା ଭ୍ୟାକ୍ସିନ ଉପରେ ଆମେ କାମ କରୁଛୁ । ସେଥିପାଇଁ ୱାଶିଙ୍ଗଟନ୍ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନ୍ ସହିତ ଡିଲ ହୋଇଛି ।