ଏଟିଆର ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମର ସଂଖ୍ୟା । ସେ ମହିଳା ହୁଅନ୍ତୁ ବା ଶିଶୁ । ଦେହର ଭୋକ ମେଣ୍ଟେଇବାକୁ ଯାଇ ଦେହଲୋଭି ଲୋକ ବୟସର ତାରତମ୍ୟ ଦେଖୁନାହାଁନ୍ତି । କାମନା ଲୋଭରେ ପଡି ଛୋଟ ଶିଶୁଙ୍କୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛାଉ ନାହାଁନ୍ତି । ତେବେ ଏଭଳି ଏକ ଘଟଣା ଘଟିଛି ନୋଏଡା ଅଞ୍ଚଳରେ । ଦେହର ଭୋକ ମେଣ୍ଟେଇବାକୁ ଯାଇ ଜଣେ ସାଢ଼େ ତିନି ବର୍ଷର ଶିଶୁ ଦୁଷ୍କର୍ମ କରିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ଆକବର ଅଲ୍ଲୀକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ କରିଛି ।
ପୋଲିସ ରିପୋର୍ଟ ମୁତାବକ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ନୋଏଡା ଅଞ୍ଚଳରେ ଝିଅ ଜ୍ୱାଇଁଙ୍କ ଘରେ ରହୁଥିଲେ । ଝିଅ ଏବଂ ଜ୍ୱାଇଁ ଉଭୟ ଚାକିରୀ କରନ୍ତି । ଉଭୟ ବାହାରକୁ ଯିବା ପରେ ବୃଦ୍ଧ ଶିଶୁକୁ ଚକୋଲେଟ ଏବଂ ମିଠା ଦେବା ପାଇଁ କହି ଘର ଭିତରକୁ ଡାକି ନେଇଥିଲା । ଘରକୁ ଯିବା ପରେ ଶିଶୁକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତେବେ ଦୁଷ୍କର୍ମର ଶିକାର ହୋଇଥିବା ଶିଶୁଟି କାନ୍ଦି କାନ୍ଦି ମା ଆଗରେ ସବୁ କହିଥିଲା । ପରେ ପିଡିତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । ପୋଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ କରିଛି ।