ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ରାଉରକେଲା NIT ରୁ ସୋମବାର ଦିନ ପୁଣି୭ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଶିକ୍ଷାନୁଷ୍ଠାନରେ ମୋଟ ୧୪ ଜଣ ସଂକ୍ରମଣ ହୋଇଛନ୍ତି ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଆଇଟି ପକ୍ଷରୁ ସ୍ୱତନ୍ତ୍ର ବୈଠକ ବସାଯାଇଛି ।ଏହି ବୈଠକକୁ ଦୃଷ୍ଟିରେ ରଖି ଏନଆଇଟି କତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେବେ । ସେହିପରି କ୍ୟାମ୍ପସରେ ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କଲେଜ ଭିତରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କର ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । NIT କ୍ୟାମ୍ପସ ମଧ୍ୟରେ ଏବେ ୨୦୦୦ ଛାତ୍ରଛାତ୍ରୀ ଥିବା ବେଳେ ସୋମବାର ରାତି ସୁଦ୍ଧା ୩୯୩ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହୋଇପାରିଛି ।
ଆଜିଠୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା ଘଓଞ ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି।ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିଜେ ଘଓଞ ରେ କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି।