ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ରାଜ୍ୟରେ ବଢିବ ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ଏନେଇ ଆଜିଠୁ ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଅନ୍ୟ ସ୍ଥାନରେ ପାରଦ ୪୧ ଡିଗ୍ରୀ ଟପିଛି ।
ପରବର୍ତ୍ତୀ ୩ଦିନ ୬ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଥିବାରୁ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଯଥା ମୟୂରଭଞ୍ଜ,ବାଲେଶ୍ୱର,ଆଦି କାଳବୈଶଖୀ ବଷାଁ ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗତକାଲି ୧୫ ଟି ସହରର ତାପମାତ୍ରା ସର୍ବାଧିକ ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ ପୁଣି ପାଲଟିଛି ତତଲାଗଡ । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୨.୨ଡିଗ୍ରୀ ରେକର୍ଡ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ଏହା ମାର୍ଚ୍ଚ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ଏପ୍ରିଲ ପହିଲା ପର୍ୟ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ଆଶଙ୍କା ଥିବାରୁ ମସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ ୪ ଦିନରେ ତାପମାତ୍ରା ଆହୁରି ବଢିବା ସହ ପାଖାପାଖି ୪୩ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେହିପରି ୩୧ ଓ ୧ ତାରିଖରେ ସୋନପୁର, ବଲାଙ୍ଗୀର, ବୌଦ୍ଧ,ସମଲପୁର, କଳାହାଣ୍ଡି ଅନୁଗୋଳକୁ ହିଟ୍ ୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି ।