ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଷ୍ଟପତି ରାମନାଥ କୋବିନ୍ଦଙ୍କର ଆଜି ବେ ବାଇପାର୍ସ ସର୍ଜରୀ କରାଯିବ । ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି।ଗତ ୨୬ ତାରିଖରେ ରାଷ୍ଟ୍ରପତି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆର୍ମି ହସ୍ପିଟାଲେରେ ଭର୍ତ୍ତି କରାଯାଇଥିଲା ।
ଓ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ୨ ଦିନର ନିରୀକ୍ଷଣ ପରେ ତାଙ୍କର ବାଇପାସ ସର୍ଜରୀ କରାଯିବ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ତେବେ ଆଜି ତାଙ୍କର ସର୍ଜରୀ ହେବ ବୋଲି ରାଷ୍ଟ୍ରପତି ଭବନରୁ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ହୃଦରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ତାଙ୍କ ତାଙ୍କର ସର୍ଜରୀର ଦାୟିତ୍ୱ ନେଇଛନ୍ତି ।