ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ବଢିଚାଲିଛି ଲୁଟେରାଙ୍କ ରାଜ୍ । ଏବେ ସେମାନଙ୍କର ସମ୍ପୂର୍ଣ୍ଣ ନଜର ଏଟିଏମ୍ ଉପରେ ଖାସ୍ କରି ଖୋର୍ଦ୍ଧା ଅଞ୍ଚଳରେ । ଗୋଟିଏ ପରେ ଗୋଟିଏ ଏଟିଏମ୍ ତାଡି ଲୁଟି ବାରେ ବ୍ୟସ୍ତ ଅଛନ୍ତି ଲୁଟେରା । ପୁଣି ଥରେ ଆଉ ଏକ ଏଟିଏମ୍ ଭାଙ୍ଗି ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଜପୁର ନିକଟ ନନ୍ଦପୁରରେ ଦେଖିବାକୁ ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ନନ୍ଦପୁର ବଜାରରେ ଥିବା ଏଟିଏମ୍ ଭାଙ୍ଗି କିଛି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ଏଟିଏମ୍ ଟି ଇଣ୍ଡିକ୍ୟାଶ ବ୍ୟାଙ୍କର ବୋଲି ଜାଣିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।