ବ୍ରହ୍ମପୁର(ଏଟିଆର ବ୍ୟୁରୋ):ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ହୋଇଥିବାରୁ ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ପୀଠରେ ଆରମ୍ଭ ହୋଇଛି ଚୈତ୍ର ମେଳା । ହଜାର ହଜାର ଭକ୍ତମାନେ ମାଙ୍କ ପୀଠକୁ ଆସି ପୂଜାର୍ଚ୍ଚନା କରୁଛନ୍ତି । କୋଭିଡ ଗାଇଡଲାଇନ ପାଳନ କରି ଏହି ମେଳା ପାଳନ କରାଯାଉଛି ।
ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ପିଲାଙ୍କୁ ଧାଡିରେ ଛିଡାହୋଇଥିôବାର ଦେଥିବାକୁ ମିଳିଛି । କିଛି ମାନସିକଧାରୀ ମନ୍ଦିର ତଳେ ମୁଣ୍ଡନ କାୀ ସାରିବା ପରେ ପାହାଡ ଉପରେ ଥିବା ମାଆଙ୍କ ପାଖକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି ।ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଆଜି ପ୍ରାୟ ୫୦ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ତେବେ ଦର୍ଶନ ସମୟରେ ସବୁ ଭକ୍ତମାନେ ମୁହଁରେ ମାସ୍ମ ପିନ୍ଧିବା ପାଇଁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ବୟସ୍କ,ଗର୍ଭବତୀ,ଓ ଛୋଟ ପିଲାଙ୍କୁ ମେଳା ସ୍ଥାନକୁ ନଯିବା ପାଇଁ ବାରଣ କରାଯାଇଛି । ଦୀର୍ଘ ମାସର ବ୍ୟବଧାନ ପରେ ଭକ୍ତ ଓ ମାଆଙ୍କ ମିଳନ ହୋଇଥିବାରୁ ମାଆ ଓ ଭକ୍ତ ଖୁସି ଥିବା କହିଛନ୍ତି ପୂଜକ ।
ସେହିପରି ମନ୍ଦିର ଭିତରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ୧୦ ଟି ବସର ବ୍ୟବସ୍ଥା କରାଯାଇଛି । ଏଥିସହ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପୋଲିସ ଅଧିକାରୀମାନେ ମନ୍ଦିର ପରିସରରେ ରହି ମନ୍ଦିରର ସ୍ଥିତି ପରିଚାଳନା କରୁଛନ୍ତି ।